ଓଡିଶା

odisha

ETV Bharat / state

ଲକଡାଉନକୁ ସମର୍ଥନ, ରାସ୍ତାମଝିରେ ପଥର ରଖି ସଚେତନ କଲେ ମହିଳା

ପଥଚାରୀଙ୍କୁ ସଚେତନ କଲେ ମହିଳା । ଏନେଇ ରାସ୍ତା ମଝିରେ ପଥର ରଖି ବନ୍ଦ କରିବା ସହ ସାବୁନରେ ହାତ ଧୋଇବାକୁ ପଥଚାରୀଙ୍କୁ ସଚେତନ କରିଥିଲେ । ଅଧିକ ପଢନ୍ତୁ...

By

Published : Mar 27, 2020, 9:18 PM IST

Nuapara women block road for aware people about corona
ପଥଚାରୀଙ୍କୁ ସଚେତନ କଲେ ମହିଳା ପଥଚାରୀଙ୍କୁ ସଚେତନ କଲେ ମହିଳା

ନୂଆପଡା: କୋରୋନା ମୁକାବିଲାରେ ସାମିଲ ହେଲେ ଖଡ଼ିଆଳ ଲାଳସାହେବପଡାର ମହିଳା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକଡାଉନକୁ କଲେ ସମର୍ଥନ । ଏହାକୁ ନେଇ ଶୁକ୍ରବାର ଲକଡାଉନର ତୃତୀୟ ଦିନରେ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତା ମଝିରେ ପଥର ରଖି ଲକଡାଉନ କରିଛନ୍ତି ।

ପଥଚାରୀଙ୍କୁ ସଚେତନ କଲେ ମହିଳା

ଯାତାୟତ କରୁଥିବା ପଥଚାରୀଙ୍କୁ ସାବୁନରେ ହାତ ଧୋଇ ଯିବାକୁ ପରାମର୍ଶ ଦେଇଛନ୍ତି । ମହାମାରୀ କରୋନା ଭାଇରସକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ ପ୍ରଶାସନ ଲୋକଙ୍କୁ ସଚେତନ କରୁଥିବା ବେଳେ ସ୍ବେଚ୍ଛାକୃତ ଭାବରେ ଖଡ଼ିଆଳ ଲାଳସାହେବ ପଡାର ମହିଳା ମାନେ ଲକଡାଉନକୁ ସମର୍ଥନ ଜଣାଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details