ଓଡିଶା

odisha

ETV Bharat / state

ଭତ୍ତା ଟଙ୍କା ପାଇଁ ୪୦ କିମି ଯାଉଛନ୍ତି ହିତାଧିକାରୀ, ବ୍ୟବସ୍ଥା କରିବାକୁ ଦାବି - ଭତ୍ତା ଟଙ୍କା ସମସ୍ୟା ନୂଆପଡା

ନୂଆପଡା ବୋଡେନ ବ୍ଲକ ଦୁର୍ଗମ ମାଓ ପ୍ରବଣ ଭଇଁସାଦାନୀ ଗ୍ରାମପଞ୍ଚାୟତରେ ବୃଦ୍ଧ, ବୃଦ୍ଧା, ବିଧବା, ଶାରୀରିକ ଭିନ୍ନକ୍ଷମ ହିତାଧିକାରୀଙ୍କ ନିକଟରେ ଭତ୍ତା ଟଙ୍କା ପହଞ୍ଚାଇବା ଯୋଜନା ବିଫଳ ହୋଇଥିବା ଅଭିଯୋଗ । ମେଳି କଲେ ଶତାଧିକ ବୃଦ୍ଧ-ବୃଦ୍ଧା । ଅଧିକ ପଢନ୍ତୁ

ଭତ୍ତା ଟଙ୍କା ପାଇଁ ୪୦ କିମି ଯାଉଛନ୍ତି ହିତାଧିକାରୀ, ବ୍ୟବସ୍ଥା କରିବାକୁ ଦାବି
ଭତ୍ତା ଟଙ୍କା ପାଇଁ ୪୦ କିମି ଯାଉଛନ୍ତି ହିତାଧିକାରୀ, ବ୍ୟବସ୍ଥା କରିବାକୁ ଦାବି

By

Published : Jun 7, 2022, 9:01 PM IST

ନୂଆପଡା: ଜିଲ୍ଲା ବୋଡେନ ବ୍ଲକ ଦୁର୍ଗମ ମାଓ ପ୍ରବଣ ଭଇଁସାଦାନୀ ଗ୍ରାମପଞ୍ଚାୟତରେ ସାମାଜିକ ସୁରକ୍ଷା ଯୋଜନା ଫେଲ ମାରିଥିବା ଅଭିଯୋଗ । ବୃଦ୍ଧ, ବୃଦ୍ଧା, ବିଧବା, ଶାରୀରିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଦୀର୍ଘବର୍ଷରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ମିଳୁନଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଭତ୍ତା ଟଙ୍କା ପାଇଁ ୪୦ କିମି ଯାଉଛନ୍ତି ହିତାଧିକାରୀ, ବ୍ୟବସ୍ଥା କରିବାକୁ ଦାବି

ସରକାର ଏହି ନିୟମକୁ ପରିବର୍ତ୍ତନ କରି ନିଜ ଆକାଉଣ୍ଟରେ ବ୍ୟାଙ୍କ ଜରିଆରେ ଭତ୍ତା ଟଙ୍କା ପ୍ରଦାନ କରିବାର ନିୟମ କରିଛନ୍ତି, ଯାହା ଅସହାୟ ବୃଦ୍ଧ-ବୃଦ୍ଧା ଏବଂ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି କରୁଛି । ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ 120 କିଲୋମିଟର ଦୂର ମାଓ ପ୍ରବଣ ବୋଡେନ ବ୍ଲକ ଭଇଁସାଦାନୀ ଗ୍ରାମ ପଞ୍ଚାୟତ ରୁଣ୍ଡି ଗ୍ରାମ ଠାରେ ବୃଦ୍ଧ-ବୃଦ୍ଧା, ଶାରୀରିକ ଭିନ୍ନକ୍ଷମ ହିତାଧିକାରୀଙ୍କ ମହାମେଳି ଦେଖିବାକୁ ମିଳିଛି । ମେଳିରେ ଏକ ମାତ୍ର ସ୍ଲୋଗାନ ପୂର୍ବଭଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ପ୍ରଦାନ କରାଯାଉ ।

ବୟସର ଅପରାହ୍ନରେ ଦୀର୍ଘ 30 କିଲୋମିଟର ବୋଡେନ ବ୍ୟାଙ୍କ କାର୍ଯ୍ୟାଳୟକୁ ଯାଇ ଭତ୍ତା ଟଙ୍କା ଉଠାଣ କରିବା ସମ୍ଭବ ହୋଇପାରୁ ନାହିଁ ବୋଲି ବୃଦ୍ଧ-ବୃଦ୍ଧା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଚଳିତ National Social Security Act ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ମଧୁବାବୁ ପେନସନ ଯୋଜନା ଜରିଆରେ ଅସହାୟ ବୃଦ୍ଧ-ବୃଦ୍ଧା ଶାରୀରିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମାସିକ 500 ରୁ 700 ଟଙ୍କା ଲେଖାଏଁ ଭତ୍ତା ଟଙ୍କା ପ୍ରଦାନ କରିବାର ନିୟମ ରହିଛି । ଏହି ନିୟମ ଆଧାରରେ ପୂର୍ବରୁ ହିତାଧିକାରୀଙ୍କୁ ନିଜ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ମିଳୁଥିଲା ।

ସରକାର ଏହି ନିୟମକୁ ପରିବର୍ତ୍ତନ କରି ଏବେ ବ୍ୟାଙ୍କ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ହେଲେ ମାଓ ପ୍ରବଣ ଦୁର୍ଗମ ଭଇଁସାଦାନୀ ଗ୍ରାମପଞ୍ଚାୟତ ହିତାଧିକାରୀଙ୍କୁ ଦାଉ ସାଜିଛି ସରକାରଙ୍କ ନୂଆ ନିୟମ । କାରଣ କାଠଫେଡ ଗାଁରୁ ବ୍ୟାଙ୍କ 40 କିଲୋମିଟର, ପାଟଦରା ଗାଁରୁ 30 ଏବଂ ଭଇଁସାଦାନୀ ଗାଁରୁ 20 କିଲୋମିଟର ଦୂରତା ରହିଛି । ଏତେ ଦୂର ବାଟ ବୃଦ୍ଧ ବୃଦ୍ଧା ଯାଇ ଟଙ୍କା ଆଣିବା ସମ୍ଭବ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ।

ଏନେଇ ପଚାରିବାରୁ ଭତ୍ତା ଟଙ୍କା ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଅଞ୍ଚଳର ଏହି ବୟସ୍କମାନଙ୍କ ସାହା କହିଲେ କେବଳ ଭତ୍ତା ଟଙ୍କା । ଏଥିପାଇଁ ପାଖାପାଖି ୪୦ କିଲୋମିଟର ଯାତ୍ରା ମଧ୍ୟ ସେମାନଙ୍କ ପକ୍ଷେ ସମ୍ଭବପର ନୁହେଁ, ତେଣୁ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ବୋଲି ସାଧାରଣରେ ଦାବି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details