ଓଡିଶା

odisha

ETV Bharat / state

ମହୁଲ ଫୁଲର ଅଭାବୀ ବିକ୍ରି, ହିନସ୍ତା ଆଦିମ ଜନଜାତି ଡଙ୍ଗରିଆ - ନୂଆପଡା ଜିଲ୍ଲା ଖବର

ବଣ ପାହାଡ଼ ଘେରା ମଧ୍ୟରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ ଜୀବନ ଜୀବିକାରେ ମହୁଲ ଗଛ ଏକ ଅର୍ଥକାରୀ ଫସଲ ଭାବେ ଗଣା ଯାଏ । ମହୁଲ ଫୁଲ ଓ ଫଳକୁ ସ୍ଥାନୀୟ ହାଟରେ ବିକ୍ରିକରି ଭଲ ଦୁଇ ପଇସା ଲାଭବାନ ହୋଇଥାନ୍ତି ଡଙ୍ଗରିଆ । ସେଇଥିପାଇଁ ପ୍ରତିଦିନ ପ୍ରାତଃରୁ ଘରର ସମସ୍ତ ସଦସ୍ୟ ଏକାଠି ହୋଇ ମହୁଲ ଗୋଟାଇବାକୁ ବିଲ ବାଡ଼ି ଜଙ୍ଗଲକୁ ଯାଇଥାନ୍ତି । ମହୁଲ ଫୁଲ ଫଳ ଡ଼ଙ୍ଗରିଆଙ୍କ ଜୀବନ କାଳରେ ସୁଖଦୁଃଖର ଭାଗୀଦାରି ହୋଇଛି ।

ମହୁଲ ଫୁଲକୁ ମିଳୁନି ମୂଲ
ମହୁଲ ଫୁଲକୁ ମିଳୁନି ମୂଲ

By

Published : Apr 3, 2022, 2:59 PM IST

ନୂଆପଡା:ବଣ ପାହାଡ଼ ଘେରା ମଧ୍ୟରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ ଜୀବନ ଜୀବିକାରେ ମହୁଲ ଗଛ ଏକ ଅର୍ଥକାରୀ ଫସଲ ଭାବେ ଗଣା ଯାଏ । ମହୁଲ ଫୁଲ ଓ ଫଳକୁ ସ୍ଥାନୀୟ ହାଟରେ ବିକ୍ରିକରି ଭଲ ଦୁଇ ପଇସା ଲାଭବାନ ହୋଇଥାନ୍ତି ଡଙ୍ଗରିଆ । ସେଇଥିପାଇଁ ପ୍ରତିଦିନ ପ୍ରାତଃରୁ ଘରର ସମସ୍ତ ସଦସ୍ୟ ଏକାଠି ହୋଇ ମହୁଲ ଗୋଟାଇବାକୁ ବିଲ ବାଡ଼ି ଜଙ୍ଗଲକୁ ଯାଇଥାନ୍ତି । ମହୁଲ ଫୁଲ ଫଳ ଡ଼ଙ୍ଗରିଆଙ୍କ ଜୀବନ କାଳରେ ସୁଖଦୁଃଖର ଭାଗୀଦାରି ହୋଇଛି । ହେଲେ ଏହି ମହୁଲ ଫୁଲକୁ ପ୍ରକୃତ ଦର ମିଳୁନାହିଁ । ଫଳରେ ଆଦିବାସୀ ଡଙ୍ଗରିଆ ଶାଗମାଛ ଦରରେ ଫୁଲକୁ ବିକ୍ରି କରିବାକୁ ବାଧ୍ଯ ହେଉଛନ୍ତି । କମ ଦରରେ ଫୁଲକୁ ମାଲାମାଲ ହେଉଛନ୍ତି ଦଲାଲ । ଆଉ ଏହାର କ୍ଷତି ସହୁଛନ୍ତି ଫୁଲ ଗୋଟାଳି । ଏଥିପ୍ରତି ସରକାରୀ ସ୍ତରରେ କିଛି ବ୍ୟବସ୍ଥା ହୋଇନାହିଁ ବୋଲି ଅଭିଯୋଗ ହୁଏ ।

ମହୁଲ ଫୁଲର ଅଭାବୀ ବିକ୍ରି

ଜ଼ିଲ୍ଲାର ସିନାପାଲି, ବୋଡେ଼ନ, କୋମନା, ନୂଆପଡା, ଖଡ଼ିଆଳ ବ୍ଲକ ଅଞ୍ଚଳର ବନପାହାଡ଼ ଦୁର୍ଗମ ଗାଁଗଣ୍ଡା ଚଳ ଚଞ୍ଚଳ ହୋଇ ପଡିଥାଏ । ମାଓ ପ୍ରବଣ ସୁନାବେଡା, ସୋସେଙ୍ଗ, ଭଇଁଶାଦାନୀ, ପାଟଦରା ,ନଗଲବୋର୍ଡ,ଘାଟମାଲ,ସାରାବଙ୍ଗ, ପତୋରା ଅଞ୍ଚଳର ଲୋକମାନେ ଏବେ ମହୁଳ ଫୁଲ ଗୋଟାଇବାରେ ବ୍ୟସ୍ତ ପ୍ରତିବର୍ଷ ବସନ୍ତ ଋତୁର ଶେଷ ଭାଗ ଏବଂ ଗ୍ରୀଷ୍ମ ଋତୁର ଆରମ୍ଭରେ ମହୁଲ ଗଛ ଫୁଲ ଫଳ ଦେଇଥାଏ । ଏହି ସମୟରେ ପ୍ରାତଃର କଅଁଳିଆ ଶୀତୁଆ ହାଲକା ହାଲକା ଖରା ନୂଆପଡା ଜ଼ିଲ୍ଲାର ଆଦିମ ଜନଜାତି ଡଙ୍ଗରିଆଙ୍କ ହୃଦୟକୁ ଆଣି ଦେଇଥାଏ ଢ଼େର ସାରା ଖୁସି ।

ଏହି ସମୟରେ ଡଙ୍ଗରିଆ ଦିନ ଯାକର ସବୁକାମ ଧନ୍ଦା ଛାଡି ମହୁଲ ଫୁଲ ଫଳ ଗୋଟାଇବାରେ ମାଜି ଯାଇଥାନ୍ତି । କାରଣ ମହୁଲ ଫୁଲ ଫଳକୁ ସ୍ଥାନୀୟ ହାଟରେ ବିକ୍ରିକରି ଭଲ ଦୁଇ ପଇସା ରୋଜଗାର କରିବା ଆଶାରେ ଥାଆନ୍ତି ସେମାନେ । ସେଥିରୁ ଯାହା ରୋଜଗାର ହୁଏ ତେଲ ଲୁଣର ସଂସାର ଚାଲେ । ସେହିଭଳି ମହୁଲ ଫଳରୁ ତେଲ ବାହାର କରି ବର୍ଷ ତମାମ ଖାଇବା ତେଲ ରୂପେ ବ୍ୟବହାର କରିଥାନ୍ତି ଡଙ୍ଗରିଆ । ହେଲେ ଦୁଃଖର ବିଷୟ ମହୁଳ ଫୁଲ ଫଳ ବିକ୍ରି କରିବା ପାଇଁ ସରକାରଙ୍କ ବନବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ । ଯାହାଫଳରେ ସ୍ଥାନୀୟ ଦଲାଲ ପାଖରେ କମ ମୂଲ୍ୟରେ ବିକ୍ରିକରି କ୍ଷତିରେ ପଡୁଛନ୍ତି ଡଙ୍ଗରିଆ ।

ସେହିଭଳି ସମୟ ଅନୁପାତରେ ଲଘୁ ବନଜାତ ଦ୍ରବ୍ୟ କେନ୍ଦୁ, ଚାହଁର, ତେନ୍ତୁଳି, ଆମ୍ବ,ପଣସ ଗୋଟାଇ ଜୀବିକା ନିର୍ବାହ କରିଥାନ୍ତି ଡ଼ଙ୍ଗରିଆ । ମହୁଲ ଫୁଲ ଫଳ ସରକାରୀ ବିକ୍ରି ବ୍ୟବସ୍ଥାକୁ ଆମ ପ୍ରତିନିଧି ଜିଲ୍ଲା ଡିଏଫଓଙ୍କ ପାଖରେ ପହଞ୍ଚିଥିଲେ । ଏ ବାବଦରେ ପଚାରି ବୁଝିବାରୁ ବିକ୍ରି ପାଇଁ ସରକାରୀ ସ୍ତରରେ ବନ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ ବୋଲି DFO କହିଥିଲେ ।

ସେହିଭଳି ସରକାର ଏହିସବୁ ଅଧିକାର ପଞ୍ଚାୟତ ରାଜକୁ ଦେଇଥିବା ଖଡ଼ିଆଳ DFO ସୁଶୀଲ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି । ହେଲେ ପଞ୍ଚାୟତ ପକ୍ଷରୁ ବିକ୍ରି ନେଇ କୌଣସି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉନଥିବା ଦେଖା ଦେଇଛି । ଫଳରେ ଡଙ୍ଗରିଆ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ସରକାର କେବେ ଏମାନଙ୍କ ସମସ୍ୟା ଉପରେ ଦୃଷ୍ଟି ଦେଉଛନ୍ତି ଆଉ କେବେ ଏମାନଙ୍କ ସମସ୍ୟା ଦୂର ହେବ ତାହା ଦେଖିବାକୁ ବାକି ରହିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details