ନୂଆପଡା: ଅସମ୍ଭବକୁ ସମ୍ଭବ କରି ଦେଖାଇଲେ 11 ଦିବ୍ୟାଙ୍ଗ । ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବ୍ଲକ ବିଜେପୁର ଗ୍ରାମଠାରେ ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଥିବା 11ଜଣ ଦିବ୍ୟାଙ୍ଗ ସ୍ୱାବଲମ୍ବୀ ହୋଇ ନିଜ ଗୋଡ଼ରେ ନିଜେ ଛିଡ଼ାହୋଇ ଚଳିବାର ଆଶା ବାନ୍ଧିଛନ୍ତି ।
ସରକାରଙ୍କ ସାମାଜିକ ସୁରକ୍ଷା କଲ୍ୟାଣ ଯୋଜନାରେ ପାଉଥିବା ଭତ୍ତାଟଙ୍କାରେ ଏମାନେ ଫିନାଇଲ କାମ ଆରମ୍ଭ କରିଛନ୍ତି । ଏହି ଫିନାଇଲକୁ ମାର୍କେଟର ଦୋକାନ ବଜାରରେ ବିକ୍ରିକରି ଯାହାକିଛି ସ୍ୱଳ୍ପ ରୋଜଗାର ହୋଇଥାଏ ତାହିଁରେ ଦୁଃଖ କଷ୍ଟରେ ଚଳି ଯାଆନ୍ତି ଏମାନେ । ଆଗକୁ ଧୂପକାଠି,ମହମବତୀ,ଛତୁ କାମ ଆରମ୍ଭକରିବାକୁ ପଣ କରିଛନ୍ତି ସତ ,କିନ୍ତୁ ପାଖରେ ଅର୍ଥ ନାହିଁ ସେଥିପାଇଁ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଆଗକୁ ସରକାର ସହାୟତାକଲେ ନିଜେ ସ୍ୱାବଲମ୍ବୀ ହୋଇ ଆହୁରୀ ଅଧିକ ରୋଜଗାର କରିବେ ବୋଲି ଆଶା ବାନ୍ଧିଛନ୍ତି ଏମାନେ ।
ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ଦୁର୍ଗମ ଝରଣାମାଲ ଗ୍ରାମଠାରେ 2014 ମସିହା ରେ ଆରମ୍ଭ ହୋଇଥିଲା ଓଏଷ୍ଟେଣ୍ଡ ଓଡିଶା ଦିବ୍ୟାଙ୍ଗ ବ୍ଲାଇଣ୍ଡ ସେବା ସଂଘ । ନୂଆପଡା ଜ଼ିଲ୍ଲା ବୋଡେ଼ନ,କୋମନା,ଖଡ଼ିଆଳ, ସିନାପାଲି ବ୍ଲକ ସମେତ ବଲାଙ୍ଗୀର ଜ଼ିଲ୍ଲା ର ଅନ୍ଧ ଭାଇ ଭଉଣୀ ମାନଙ୍କୁ ନେଇ ଗଠନ ହୋଇଥିଲା ଦିବ୍ୟାଙ୍ଗ ବ୍ଲାଇଣ୍ଡ ସେବା ସଂଘ । ଉଦ୍ଦେଶ୍ୟ କାହାର ଦୟା କିମ୍ବା ଭିକମାଗି ଚଲିବା ଅପେକ୍ଷା ଏକାଠିରହି କିଛି ଧନ୍ଦା ମୂଳକ କାମକରି ଚାଲିବା ।