ଓଡିଶା

odisha

ETV Bharat / state

ସୋସେଙ୍ଗ ଓ ସୁନାବେଡାରେ ହାତୀ ଆତଙ୍କ, ଅଞ୍ଚଳବାସୀ ଭୟଭୀତ

ଆତଙ୍କ ଖେଳାଇଛନ୍ତି ହାତୀପଲ । ଗୋଟିଏ ନୁହେଁ କି ଦୁଇଟି ନୁହେଁ, 15 ଜଣିଆ ବଣୁଆ ହାତୀପଲ ନୂଆପଡା ଜିଲ୍ଲାର ସୋସେଙ୍ଗ ଓ ସୁନାବେଡାରେ ପଶି ଲୋକଙ୍କୁ ଭୟଭୀତ କରୁଛନ୍ତି ।

By

Published : Jul 15, 2019, 12:16 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ନୂଆପଡ଼ା: ଜିଲ୍ଲା ସୁନାବେଡା ଅଭୟାରଣ୍ୟର ନିକଟବର୍ତ୍ତୀ ଗାଁ ଗୁଡିକରେ ବଣୁଆ ହାତୀ ଆତଙ୍କ । ସୋସେଙ୍ଗ ଓ ସୁନାବେଡା ଅଞ୍ଚଳରେ ଦେଖିବାକୁ ମିଳିଛି 15ରୁ ଊର୍ଦ୍ଧ୍ବ ହାତୀ ପଲ । ତେବେ ଏବେ ଯାଏଁ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ସେପଟେ, କିନ୍ତୁ ଗାଁରେ ଏତେ ଗୁଡାଏ ହାତୀଙ୍କୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ତେବେ ଖବର ପାଇ କୋମନା ଓ ନୂଆପଡ଼ା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡାଇବାକୁ ଲାଗି ପଡ଼ିଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details