ଓଡିଶା

odisha

ETV Bharat / state

ଜିଲ୍ଲାଯୁବ ଯାଦବ ସଙ୍ଗଠନର ମାନବ ସେବା, ପକ୍ଷାଘାତ ରୋଗୀଙ୍କ ପାଖରେ ପହଞ୍ଚାଇଲେ ରାସନ - କୋରୋନା ନ୍ୟୁଜ

ଇଟିଭି ଭାରତ ପକ୍ଷରୁ ଜାଣିବା ପରେ ଶନିବାର ନୂଆପଡା ଜିଲ୍ଲା ଯୁବ ଯାଦବ ସଂଗଠନ କିଛିଦିନର ରାସନ ଧରି ଅସହାୟ ଚନ୍ଦ୍ର ପାଖକୁ ପହଞ୍ଚିଛନ୍ତି । ଯୁବ ଯାଦବ ସଂଗଠନର ଏଭଳି ସେବାକାର୍ଯ୍ୟ ପାଇଁ ନୂଆପଡା ଜିଲ୍ଲାବାସୀ ଧନ୍ୟବାଦ ଦେଇଛନ୍ତି ।

nuapada-yuba-union-help-paralysed-patient
ଜିଲ୍ଲା ଯୁବ ଯାଦବ ସଙ୍ଗଠନର ମାନବ ସେବା, ପକ୍ଷାଘାତ ରୋଗୀଙ୍କ ପାଖରେ ପହଞ୍ଚାଇଲେ ରାସନ

By

Published : Apr 18, 2020, 2:42 PM IST

Updated : Apr 18, 2020, 5:05 PM IST

ନୂଆପଡା: ଜିଲ୍ଲା ଯୁବ ଯାଦବ ସଙ୍ଗଠନର ମାନବ ସେବା । ସଭାପତି କପିଳେନ୍ଦ୍ର ଭୋଇ ସଂପାଦକ ରତ୍ନାକର ଠେଲାଙ୍କ ନେତୃତ୍ୟରେ ଅଞ୍ଚଳର ଗରିବ ଲୋକମାନକୁ ରାସନ ଯୋଗାଇ ଦେଉଥିବା ଦେଖାଦେଇଛି । ଶନିବାର ସଙ୍ଗଠନର ବରିଷ୍ଠ ସଦସ୍ୟ କବି ଚିନ୍ତାମଣି ହଂସ, ସ୍ବେଚ୍ଛାସେବୀ ରମେଶ କଟା, ଲମ୍ବୋଧର ଗହୀର 3 ଜଣିଆ ପ୍ରତିନିଧି ଦଳ ରାସନ ଧରି ପକ୍ଷାଘାତ ରୋଗୀ ଚନ୍ଦ୍ର ହଂସଙ୍କ ପାଖକୁ ପହଞ୍ଚି ରାସନ ପ୍ରଦାନ କରିଛନ୍ତି ।

ଜିଲ୍ଲା ଯୁବ ଯାଦବ ସଙ୍ଗଠନର ମାନବ ସେବା, ପକ୍ଷାଘାତ ରୋଗୀଙ୍କ ପାଖରେ ପହଞ୍ଚାଇଲେ ରାସନ

ଖବରମୁତାବକ, ନୂଆପଡା ଜିଲ୍ଲା ସିନାପାଲି ଚିନ୍ଦାପଡା ନିବାସୀ ଚନ୍ଦ୍ର ହଂସ । ଗତ କିଛି ମାସ ହେଲା ପକ୍ଷାଘାତ ରୋଗରେ ପୀଡିତ ଅଛନ୍ତି । ଚନ୍ଦ୍ର ହଂସଙ୍କ ସ୍ତ୍ରୀ 4 ନାବାଳିକା କନ୍ୟା ରହିଛନ୍ତି । ଚନ୍ଦ୍ର ହଂସ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି । କୁଲି ମଜୁରୀ କାମ କରି ସ୍ବଳ୍ପ ରୋଜଗାରରେ ପରିବାର ଚଳାଉଥିଲେ । ପକ୍ଷାଘାତ ରୋଗରେ ପଡି ଶଯ୍ୟାଶାୟୀ ହେବାପରେ ଏହି ପରିବାର ଭୋକ ଉପାସରେ ଦିନ କାଟୁଥିଲେ । ବାଧ୍ୟ ହୋଇ 2ନାବାଳିକା କନ୍ୟା ପରଘରେ ବାସନ ଧୋଇ ଯାହା କିଛି ସ୍ବଳ୍ପ ଅର୍ଥ ପାଉଥିଲେ ତହିଁରେ କଷ୍ଟରେ ଚଳୁଥିଲେ ।

ଚନ୍ଦ୍ର ହଂସଙ୍କ ଜମି, ବାସଗୃହ କିଛି ବି ନାହିଁ । ଏକ ପୋଖରୀ ହୁଡାରେ ଚାଳ ଛପର ଘର କରି ରହନ୍ତି । ଏହି ଖବର ଗତ କିଛିଦିନ ପୂର୍ବେ ଆମ ଇଟିଭି ଭାରତରେ ପ୍ରସାରଣ ହୋଇଥିଲା । ଇଟିଭି ଭାରତ ପକ୍ଷରୁ ଜାଣିବା ପରେ ଶନିବାର ନୂଆପଡା ଜିଲ୍ଲା ଯୁବ ଯାଦବ ସଂଗଠନ କିଛିଦିନର ରାସନ ଧରି ଅସହାୟ ଚନ୍ଦ୍ର ପାଖକୁ ପହଞ୍ଚିଛନ୍ତି । ଯୁବ ଯାଦବ ସଂଗଠନର ଏଭଳି ସେବାକାର୍ଯ୍ୟ ପାଇଁ ନୂଆପଡା ଜିଲ୍ଲାବାସୀ ଧନ୍ୟବାଦ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

Last Updated : Apr 18, 2020, 5:05 PM IST

ABOUT THE AUTHOR

...view details