ନୂଆପଡା: ଜିଲ୍ଲାରେ ବାଘ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ନୂଆ ମୋଡ ନେଇଛି । ମହିଳାଙ୍କୁ ବାଘ ନୁହେଁ ବରଂ ଭାଲୁ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି । ଏନେଇ ନୂଆପଡା ବନ୍ୟପ୍ରାଣୀ ସଂରକ୍ଷଣ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ଗୁରୁବାର ସନ୍ଧ୍ୟାରେ ଛୋଟଲୋଡ୍ରା ଗ୍ରାମର ଭାନୋବାଈ ମାଝୀ ରାନୀମାଇଁ ଜଙ୍ଗଲକୁ ଯାଇ ଘରକୁ ଫେରିନଥିଲେ । ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଙ୍ଗଲରେ ଖୋଜା ଖୋଜି କରିବା ସମୟରେ ବାଘ ଗର୍ଜନ ଶୁଣି ଭାନୋବାଈଙ୍କୁ ବାଘ ମାରି ଖାଇଦେଇଥିବା ଆଶଙ୍କା କରିଥିଲେ । ଏନେଇ ସରପଞ୍ଚଙ୍କ ମାଧ୍ୟମରେ ସ୍ଥାନୀୟ ଲୋକେ ପୋଲିସ ଏବଂ ବନ ବିଭାଗକୁ ଖବର ଦେଇଥିଲେ । ତେବେ ରାତି ଅଧିକ ହୋଇଯାଇଥିବାରୁ ଜଙ୍ଗଲରୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା ।