ନୂଆପଡ଼ା: ମହାମାରୀ କରୋନା ଭାଇରସର ମୁକାବିଲା କରିବା ସହ ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ସମସ୍ତେ ସହାୟତାର ହାତ ବଢାଉଛନ୍ତି । ସେପଟେ ନୂଆପଡା ଜ଼ିଲ୍ଲା ବିଭିନ୍ନ ବ୍ଲକର ଏକାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ବଦାନ୍ୟ ବ୍ୟକ୍ତି ଗଣ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନୂଆପଡା ଜ଼ୀଲ୍ଳାପାଳ ମଧୁସ୍ମିତା ସାହୁଙ୍କ ଜରିଆରେ ଆର୍ଥିକ ସହାୟତା ଯୋଗାଇଛନ୍ତି ।
କୋରୋନା ମୁକାବିଲା: ସହାୟତାର ହାତ ବଢାଇଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ - ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ
ମହାମାରୀ କୋରୋନାର ମୁକାବିଲା ପାଇଁ ନୂଆପଡା ଜ଼ିଲ୍ଲା ବିଭିନ୍ନ ବ୍ଲକର ଏକାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ବଦାନ୍ୟ ବ୍ୟକ୍ତି ଗଣ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ନୂଆପଡା ଜ଼ୀଲ୍ଳାପାଳ ମଧୁସ୍ମିତା ସାହୁଙ୍କ ଜରିଆରେ ଆର୍ଥିକ ସହାୟତା ଯୋଗାଇଛନ୍ତି । ଅଧିକ ପଢନ୍ତୁ...
କୋରୋାନ ମୁକାବିଲା: ସହାୟତାର ହାତ ବଢାଇଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ
ସିନାପାଲି ବ୍ଲକର ସମାଜସେବୀ ପ୍ରଦୀପ ଜେନା 51000ହଜାର, ନୂଆପଡା ବ୍ଲକର ଶମ୍ଭୁ ପ୍ରସାଦ ଗୁପ୍ତା 51000ହଜାର,ନୂଆପଡାର ଗୋପାଳ ସାହୁ 51000ହଜାର ଟଙ୍କା ଦେଇଛନ୍ତି । ସେହିଭଳି ନୂଆପଡା,ଖଡ଼ିଆଳ,କୋମନା, ଆଦି ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆର୍ଥିକ ସହାୟତା ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ