ଓଡିଶା

odisha

OPSC exam Result: ସେଲ୍ଫ ଷ୍ଟଡିରେ ସଫଳତା ପାଇଲେ ରାକେଶ

By

Published : Oct 11, 2022, 9:10 PM IST

ନୂଆପଡା ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କମାଲ କରିଛନ୍ତି । ନେଇ ଛାତ୍ରଛାତ୍ରୀ ଦିନକୁ 7ରୁ 8 ଘଣ୍ଟା କଠିନ ପରିଶ୍ରମ କରି ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

OPSC exams : ସେଲ୍ଫ ଷ୍ଟଡିରେ ପାଇଲେ ସଫଳତା
OPSC exams : ସେଲ୍ଫ ଷ୍ଟଡିରେ ପାଇଲେ ସଫଳତା

ନୂଆପଡା:ପ୍ରକାଶ ପାଇସାରିଛି ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ତେବେ ନୂଆପଡା ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କମାଲ କରିଛନ୍ତି । ଏହି ସଫଳତା ପାଇଁ ଛାତ୍ରଛାତ୍ରୀ ଦିନକୁ 7ରୁ 8 ଘଣ୍ଟା କଠିନ ପରିଶ୍ରମ କରିଥିବା କଥା କହିଛନ୍ତି ।

ନୂଆପଡା ଜିଲ୍ଲା ସିନାପାଲି ବ୍ଲକରୁ 2 ଜଣ, ବୋଡେ଼ନ ବ୍ଲକରୁ ଜଣେ, ଖଡ଼ିଆଳ ବ୍ଲକରୁ ଜଣେ, କୋମନା ବ୍ଲକରୁ 4 ଜଣ, ନୂଆପଡା ବ୍ଲକରୁ 2 ଜଣ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ନୂଆପଡା ଜିଲ୍ଲାରେ ଖୁସିର ମାହୋଲ ରହିଛି । ଜିଲ୍ଲା ପାଇଁ ଏହା ଗର୍ବର ବିଷୟ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

OPSC exams : ସେଲ୍ଫ ଷ୍ଟଡିରେ ପାଇଲେ ସଫଳତା

OCS 2020 ରେ ଉତ୍ତୀର୍ଣ୍ଣ ହୋଇଥିବା ନୂଆପଡାର ରାକେଶ କୁମାର ପରୁଆ କହିଛନ୍ତି "ମୁଁ ସେଲ୍ଫ ଷ୍ଟଡି କରୁଥିଲି । ଘରେ ୬ - ୭ ଘଣ୍ଟା ପଢୁଥିଲି । ନିଜେ ପଢି କଠିନ ପରିଶ୍ରମ କରି ମୁଁ ଏହି ଓଡିଶା ପ୍ରଶାସନିକ ସ୍ତରରେ ଏହି ରାଙ୍କ୍‌ ହାସଲ କରିଛି । OCS ୨୦୨୦ରେ ମୁଁ ୨୯୪ ରେଙ୍କ ହାସଲ କରିଛି । ମୋର ପ୍ରାଥମିକ ଶିକ୍ଷା ସରସ୍ବତୀ ଶିଶୁ ମନ୍ଦିରରୁ ହୋଇଥିଲା । ଏହାପରେ ମୁଁ ନବୋଦୟ ସ୍କୁଲ୍‌ରେ ପଢିଥିଲି । ଷଷ୍ଠ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ମୁଁ ନବଦୋୟରେ ହିଁ ପଢିଛି । ଏହା ପରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ସମ୍ବଲପୁରରୁ ମୁଁ ଗ୍ରାଜୁଏସନ ପାସ କରିଥିଲି । ଏହା ପରେ ପଣ୍ଡିତ ରବିଶଙ୍କର ବିଶ୍ବବିଦ୍ୟାଳୟ ରାୟପୁରରୁ ମୁଁ ବ୍ୟାଚଲର ଏଜୁକେଶନ ଡିଗ୍ରୀ ହାସଲ କରିଛି । ମୁଁ ଜବାହାରଲାଲ ନବୋଦୟ ସ୍କୁଲ ଛତିଶଗଡରେ ଗୋଟିଏ ବର୍ଷ କାର୍ଯ୍ୟରତ ଥିଲି । ଏହାପରେ ମୁଁ ଓଡିଶା ପ୍ରଶାସନିକ ସେବାରେ ନିୟୋଜିତ ହେବା ପାଇଁ ଘରେ ପ୍ରସ୍ତୁତ ହୋଇଥିଲି । ତେବେ ଫଳାଫଳ ପ୍ରକାଶ ପାଇବା ପରେ ସେଥିରେ ଉତ୍ତୀର୍ଣ୍ଣ ହୋଇ ମୁଁ ବହୁତ ଖୁସି ଅଛି ।"

ରାକେଶଙ୍କ ଏହି ସଫଳତା ପରେ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ଓଡିଶା ପ୍ରଶାସନ ସ୍ତରରେ ଫଳାଫଳ ଖବର ପ୍ରସାରଣ ପରେ ଆମ ଅଞ୍ଚଳରେ ଲୋକମାନେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଛନ୍ତି କି ସେମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ଏଭଳି ଉଚ୍ଚ ଶିକ୍ଷା ପ୍ରଦାନ କରିବେ । ଆମ ପିଲାମାନଙ୍କୁ ମଧ୍ୟ ଆମେ ଓଏସ୍ ପାଇଁ ପ୍ରସ୍ତୁତ କରାଇବୁ । OAS ପାଇଁ ଏଠାରେ ଆଶାୟୀଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ହୋଇଛି । ସମସ୍ତେ ପଢିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ଅଞ୍ଚଳ ପାଇଁ ସବୁଠୁ ଭଲ ଖବର । ଏହା ଆମ ପାଇଁ ଗର୍ବର ମୁହୂର୍ତ୍ତ ।"

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details