ନୂଆପଡା: ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଡାକରାରେ ତାତିଲା ନୂଆପଡା କେନ୍ଦୁପତ୍ର କର୍ମଚାରୀ ସଂଘ । 10 ଦଫା ଦାବି ନେଇ ଶତାଧିକ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ରାଜରାସ୍ତାରେ ଧାରଣା ଦେଇଥିଲେ। ନୂଆପଡା, ତରବୋଡ଼, ଖଡ଼ିଆଳ, ବୋଡେ଼ନ, ସିନାପାଲି ଭଳି ପାଞ୍ଚ ଗୋଟି ସ୍ଥାନରେ ରାସ୍ତା ଅବରୋଧ କରି ଗଣଧାରଣା ଦେଇଛି ନୂଆପଡା କେନ୍ଦୁପତ୍ର କର୍ମଚାରୀ ସଂଘ ।
10 ଦଫା ଦାବି ନେଇ ଗଣଧାରଣାରେ ନୂଆପଡା କେନ୍ଦୁପତ୍ର କର୍ମଚାରୀ ସଂଘ - ନୂଆପଡା କେନ୍ଦୁପତ୍ର କର୍ମଚାରୀ ସଂଘ ଧାରଣା
10 ଦଫା ଦାବି ନେଇ ଗଣଧାରଣା ଦେଲା ନୂଆପଡା କେନ୍ଦୁପତ୍ର କର୍ମଚାରୀ ସଂଘ । ଦାବି ପୂରଣ ନ ହେବା ପର୍ଯନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛି ସଂଘ। ଅଧିକ ସୂଚନା ପାଇଁ ପଢନ୍ତୁ ...

ସିଜିନାଲ କର୍ମଚାରୀଙ୍କ ପରିବାରକୁ ସାମାଜିକ କଲ୍ୟାଣ ଯୋଜନାରେ ସାମିଲ, 1993 ମସିହା ପରବର୍ତ୍ତୀ କାର୍ଯ୍ୟରତ ୱାଚର ମାନକୁ ନିୟମିତ କରିବା, ରେଞ୍ଜ ସେକ୍ସନ ଫଡ଼ିଘର ଉଛେଦ ପ୍ରକ୍ରିୟା ପ୍ରତ୍ୟାହାର, କେନ୍ଦୁପତ୍ରରେ ଜିଏସଟି ଟିକସ ପ୍ରତ୍ୟାହାର, ସୁନାବେଡା ଅଭୟାରଣ୍ୟ ରେ ବନ୍ୟଜାତ ଦ୍ରବ୍ୟ ଏବଂ କେନ୍ଦୁପତ୍ର ସଂଗ୍ରହ ଅଧିକାର ଭଳି 10 ଦଫା ଦାବି ନେଇ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆହ୍ବାନରେ ରାଜ୍ୟର 21ଟି ଜ଼ିଲ୍ଲା 19 ଟି କେନ୍ଦୁପତ୍ର ଡିଭିଜନରେ ରାସ୍ତାଅବରୋଧ ସହ ଗଣଧାରଣା ଦେଉଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛି ସଂଘ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ