ନୂଆପଡା: ମହାମାରୀ କୋରୋନା(କୋଭିଡ-19)କୁ ମୁକାବିଲା କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନର ଦ୍ବାଦଶ ଦିନରେ ନୂଆପଡା ଜିଲ୍ଲା ଖଡ଼ିଆଳ, କୋମନା, ବୋଡେନ, ସିନାପାଲି, ନୂଆପଡା ବ୍ଳକ ଅଞ୍ଚଳ ଜନଶୂନ୍ୟ ହୋଇପଡିଛି । ପରସ୍ପର ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରି ସୁରକ୍ଷିତ ରହିବା ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ସଚେତନତା ସୃଷ୍ଟି କରୁଥିବା ଦେଖାଦେଇଛି ।
ସେହିଭଳି ଜିଲ୍ଲା, ବ୍ଳକ, ଗ୍ରାମପଂଚାୟତ ସ୍ତରରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ନିର୍ମାଣ କରାଯାଇଛି । ଗ୍ରାମାଞ୍ଚଳ ସ୍ଥିତି ପରଖିବା ପାଇଁ ରବିବାର ଇଟିଭି ଭାରତ ଟିମ ପହଞ୍ଚିଥିଲା ବରଗାଁ ଜୟକିଷାନ ନୋଡାଲ ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ।