ଓଡିଶା

odisha

ETV Bharat / state

ନୂଆପଡାରେ ବଢୁଛି କୋରୋନା ସଂକ୍ରମଣ, ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ - nuapada district shut down

ବର୍ତ୍ତମାନ ସୁଦ୍ଧା ନୂଆପଡା ଜିଲ୍ଲାରେ ମୋଟ 205 ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 45ରୁ ଊର୍ଦ୍ଧ୍ବ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ନୂଆପଡା ସଟଡାଉନ
ନୂଆପଡା ସଟଡାଉନ

By

Published : Aug 8, 2020, 9:09 PM IST

ନୂଆପଡା: ଜିଲ୍ଲାର ସଦର ମହକୁମା ଏବଂ ଖରିଆର ରୋଡ଼ ସହରରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ଯାହାକୁ ରୋକିବା ପାଇଁ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ତେବେ ପଦକ୍ଷେପ ସ୍ବରୂପ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ 2 ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି। ସଟଡାଉନ ଯୋଗୁଁ ନୂଆପଡା ସଦରସ୍ଥିତ 353 ଜାତୀୟ ରାଜପଥ ଜନଶୂନ୍ୟ ହୋଇ ପଡିଥିବାବେଳେ ଦୋକାନ ବଜାର ଗାଡି ମୋଟର ଚଳାଚଳ ଠପ ହୋଇପଡିଛି।

ସହରର ଏକତାଛକ, ଥାନାଛକ ଏବଂ କୋର୍ଟ ପରିସର ମଧ୍ୟରେ ନୂଆପଡା ପୋଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଅତି ଆବଶ୍ୟକ ସ୍ଥଳେ ଲୋକେ ମାସ୍କ ଏବଂ ହେଲମେଟ ପିନ୍ଧି ଯାତାୟତ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ନୂଆପଡା ସଟଡାଉନ

ଗତ ଦୁଇଦିନ ମଧ୍ୟରେ ଜିଲ୍ଲାରେ 14ଟି ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଜିଲ୍ଲାପାଳ ସଟଡାଉନ ଘୋଷଣା କରିଥିବା ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ନୂଆପଡା ଜିଲ୍ଲାରେ ମୋଟ 205 ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 45ରୁ ଊର୍ଦ୍ଧ୍ବ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details