ଓଡିଶା

odisha

ETV Bharat / state

ଛତିଶଗଡ଼ରେ ମାଓ ହିଂସା ପରେ ନୂଆପଡାରେ ହାଇଆଲର୍ଟ, ସୀମାରୁ ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ - ଛତିଶଗଡ଼ରେ ମାଓ ହିଂସା

ଦନ୍ତେୱାଡାରେ ମାଓ ଆକ୍ରମଣରେ ସମୁଦାୟ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ମାଓବାଦୀମାନେ ଛଡିଶଗଡରେ କାଣ୍ଡ ଘଟାଇ ମାଲକାନଗିରିରେ ଲୁଚିଥିବା ଆଶଙ୍କା କରାଯାଇ ନୂଆପଡାରେ ହାଇଆଲର୍ଟ ଜାରି କରାଯାଇଛି । ଅଧିକ ପଢନ୍ତୁ

ନୂଆପଡାରେ ହାଇଆଲର୍ଟ
ନୂଆପଡାରେ ହାଇଆଲର୍ଟ

By

Published : Apr 28, 2023, 3:48 PM IST

Updated : Apr 28, 2023, 4:02 PM IST

ନୂଆପଡାରେ ହାଇଆଲର୍ଟ

ନୂଆପଡା: ଛତିଶଗଡ ଦନ୍ତେଓ୍ବାଡାରେ ମାଓ ହିଂସାରେ ୧୦ଜଣ ଯବାନଙ୍କ ମୃତ୍ୟୁ ଘଟଣା । ନୂଆପଡା ମାଓପ୍ରବଣ ଅଞ୍ଚଳରେ ଜାରି ହେଲା ହାଇଆଲର୍ଟ । ଏନେଇ ନୂଆପଡା ଆରକ୍ଷୀ ଅଧିକ୍ଷକ ଜି.ରାଘବେନ୍ଦ୍ର ରେଡ୍ଡି ସୂଚନା ଦେଇଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବ୍ୟାପକ ମାତ୍ରାରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ।

ନୂଆପଡା ଜିଲ୍ଲାକୁ ଲାଗିରହିଥିବା ଛତିଶଗଡ଼ ସୀମାବର୍ତ୍ତି ଅଞ୍ଚଳରେ ବ୍ୟାପକ ମାତ୍ରାରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ସେହିଭଳି ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ, କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ନୂଆପଡା ଜିଲ୍ଲା ସୀମାନ୍ତ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଦନ୍ତେୱାଡାରେ ମାଓ ହମଲାରେ 10ଜଣ ଯବାନଙ୍କ ସହ ଜଣେ ଡ୍ରାଇଭର ଶହୀଦ ହୋଇଥିଲେ । ଏଭଳି ବର୍ବର କାଣ୍ଡ ଘଟାଇ ମାଓବାଦୀମାନେ ନୂଆପଡା ମାଓ ପ୍ରବଣ ଅଞ୍ଚଳକୁ ଖସି ଚାଲିଆସିବା ଆଶଙ୍କାରେ ନୂଆପଡା CRPF, DVF, SOG ଯବାନ ପ୍ରସ୍ତୁତ ଥିବା ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ: Dantewada Naxal Attack: ପ୍ରେମିକା ପାଇଁ ଛାଡିଥିଲେ ହତିଆର, ନକ୍ସଲରୁ ହୋଇଥିଲେ ଯବାନ

ପ୍ରକାଶଥାଉକି, ବିଗତ ଦିନରେ ନୂଆପଡା ପାଟଦରା ଅଞ୍ଚଳରେ 3 ଜଣ CRPF ଯବାନଙ୍କୁ ଗୁଳିକରି ହତ୍ୟା କରିଥିଲା ମାଓ ସଂଗଠନ । ଏହାର ଜବାବରେ ନୂଆପଡା ଯବାନ ପ୍ରତିଶୋଧ ପରାୟଣ ହୋଇଛନ୍ତି । ଏବେ ପୁଣି ଦାନ୍ତେୱାଡା ଅନାରପୁରରେ ଆଇଡି ବିସ୍ଫୋରଣ ଘଟାଇ 10ଜଣ ଯବାନଙ୍କ ସମେତ ଜଣେ ଡ୍ରାଇଭର ଶହୀଦ ହୋଇଥିଲେ । ଘଟଣା ଘଟାଇ ଛତିଶଗଡ଼ ସୀମାନ୍ତ ନୂଆପଡା ଜଙ୍ଗଲରେ ଆତ୍ମଗୋପନ କରିଥିବା ଅନୁମାନ କରାଯାଉଛି । ଫଳରେ ନୂଆପଡାର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳର ରାସ୍ତାକୁ ସିଲ କରିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏହାସହ ହାଇଆଲର୍ଟ ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Dantewada Naxalite Attack: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ବାଘେଲ
ପ୍ରକାଶଥାଉକି, ଗତ ବୁଧବାର ଦିନ ଦନ୍ତେୱାଡା ଆରନପୁର ଅଞ୍ଚଳରେ ଯବାନଙ୍କୁ ନେଇ ଯାଉଥିବା ଗାଡି ଆଇଡି ବିସ୍ଫୋରଣର ଶିକାର ହୋଇଥିଲା । ନକ୍ସଲମାନେ ଜଙ୍ଗଲ ରାସ୍ତାରେ ଆଇଡି ଖଞ୍ଜିଥିଲେ । ଫଳରେ ଜିଲ୍ଲା ରିଜର୍ଭ ଫୋର୍ସର ଯବାନଙ୍କୁ ନେଇ ସେହି ବାଟ ଦେଇ ଯାଉଥିବା ଉକ୍ତ ଗାଡି ବିସ୍ଫୋରଣରେ ଉଡି ଯାଇଥିଲା । ଏଥିରେ ୧୦ ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଶହୀଦ ହୋଇଥିବା ୧୦ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଇଟିଭି ଭାରତ, ନୂଆପଡା

Last Updated : Apr 28, 2023, 4:02 PM IST

ABOUT THE AUTHOR

...view details