ନୂଆପଡା : ଖଡ଼ିଆଳ ବନବିଭାଗ ପକ୍ଷରୁ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ବନଦିବସ 2021 ପାଳିତ ହୋଇଯାଇଛି । ଆୟୋଜିତ ବନ ଦିବସରେ ରେଞ୍ଜର ସଢାନନ୍ଦ ସୁନାନୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ନ୍ୟାସନାଲ କଲେଜ ଅଧ୍ୟକ୍ଷ ଡ଼. ରାମଚନ୍ଦ୍ର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ମୋତିଲାଲ ବାଗ ଯୋଗ ଦେଇ ବନଦିବସ ସମ୍ପର୍କରେ ଉଦବୋଧନ ଦେଇଛନ୍ତି ।
ନୂଆପଡା ଜିଲ୍ଲାରେ ବିଶ୍ୱ ବନଦିବସ ପାଳିତ - ବିଶ୍ୱ ବନଦିବସ 2021 ପାଳିତ
ନୂଆପଡା ଜିଲ୍ଲା ଖଡ଼ିଆଳ ବନବିଭାଗ ପକ୍ଷରୁ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷ ଠାରେ ବିଶ୍ୱ ବନଦିବସ 2021 ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...
ନୂଆପଡା ଜିଲ୍ଲାରେ ବିଶ୍ୱ ବନଦିବସ 2021 ପାଳିତ
ନୂଆପଡା ଜିଲ୍ଲାରେ ବିଶ୍ୱ ବନଦିବସ 2021 ପାଳିତ
ଏହି ଅବସରରେ ବନବିଭାଗର ଫରେଷ୍ଟର, ଫରେଷ୍ଟ ଗାର୍ଡ, ବିଭିନ୍ନ ଅଞ୍ଚଳର ବନ ସୁରକ୍ଷା ସମିତି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଛନ୍ତି । ଆଗକୁ ବନ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି କରିବା ଦିଗରେ ସମସ୍ତେ ଯତ୍ନବାନ ହେବାକୁ ରେଞ୍ଜର ସଢାନନ୍ଦ ସୁନାନୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଏକ ସଚେତନତା ରାଲି ଖଡ଼ିଆଳ ସହର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ