ନୂଆପଡା: ଅସହାୟ ଆଦିବାସୀ ଗରିବଙ୍କୁ ସହାୟତା ଦେବାକୁ ସମାଡପଦର ଗାଁରେ ପହଞ୍ଚିଲା ନୂଆପଡା ଦଳିତ ଅଧିକାର ମଞ୍ଚ । ଉକ୍ତ ଗାଁରେ ବାସ କରୁଥିବା ଆଦିବାସୀ ଗରିବ ପରିବାରଙ୍କୁ ନିତ୍ୟ ବ୍ୟବହୃତ ରାସନ ସାମଗ୍ରୀ ମଞ୍ଚ ପକ୍ଷରୁ ଯୋଗାଇ ଦିଆଯାଉଛି ।
କୋରୋନା ପ୍ରତିହତ ପାଇଁ ସାରା ରାଜ୍ୟ ଲକଡାଉନ ଥିବା ବେଳେ କାମଧନ୍ଦା ମଧ୍ୟ ବନ୍ଦ ରହିଛି । ଯଦ୍ବାରା ପ୍ରତିଦିନ ରୋଜଗାର କରି ପେଟ ପୋଷୁ ଥିବା ଏହି ଆଦିବାସୀଙ୍କ ସମସ୍ୟା ଜଟିଳ ହୋଇପଡିଛି । ଯାହାକୁ ହୃଦୟଙ୍ଗମ କରିପାରି ଦଳିତ ଅଧିକାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡିଙ୍କ ସହ ତାଙ୍କ ସହଯୋଗୀ ଗଣ ସମାଡ଼ପଦର ଗାଁକୁ ଯାଇ ଡାଲି, ଚିନି, ଚାହାପତି, ସାବୁନ ବଣ୍ଟନ କରିଛନ୍ତି ।