ଓଡିଶା

odisha

By

Published : Jan 3, 2022, 9:09 PM IST

ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ନୂଆପଡ଼ା ଆଦିବାସୀ କଲ୍ୟାଣ ସଂଘ

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ଆଶାନୁରୂପକ ସଂରକ୍ଷଣ ମିଳି ପାରିନଥିବା ଅଭିଯୋଗ ହେଉଛି । ଏହାର ଏକ ଝଲକ ସୋମବାର ନୂଆପଡ଼ା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

Panchayat Election Reservation Controversy: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ନୂଆପଡ଼ା ଆଦିବାସୀ କଲ୍ୟାଣ ସଂଘ
Panchayat Election Reservation Controversy: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ନୂଆପଡ଼ା ଆଦିବାସୀ କଲ୍ୟାଣ ସଂଘ

ନୂଆପଡା:ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ଆଶାନୁରୂପକ ସଂରକ୍ଷଣ ମିଳି ପାରିନଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଏବେ ଆନ୍ଦୋଳନ ସ୍ବର ଶୁଭିବାରେ ଲାଗିଲାଣି । ବିଭିନ୍ନ ସ୍ଥାନରେ ଆଦିବାସୀମାନେ ନିର୍ବାଚନରେ ସଂରକ୍ଷଣ ସାନି ବିଜ୍ଞପ୍ତି ବିରୋଧ କରିବାରେ ଲାଗିଛନ୍ତି । ଏହାର ଏକ ଝଲକ ସୋମବାର ନୂଆପଡ଼ା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା । ନୂଆପଡ଼ା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ନୂଆପଡ଼ା ଆଦିବାସୀ କଲ୍ୟାଣ ସଂଘ

ତ୍ରିୟସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣ ବ୍ୟବସ୍ଥାରେ ଆଦିବାସୀଙ୍କୁ ଆଶାନୁରୂପ ସଂଗ୍ରକ୍ଷଣ ଦିଆଯାଇନଥିବା ଅଭିଯୋଗ କରଛି ନୂଆପଡ଼ା ଆଦିବାସୀ କଲ୍ୟାଣ ସଂଘ । ରାଜ୍ୟ ସରକାର ଆଦିବାସୀ ଲୋକଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି । ମନମୁତାବକ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ଆସନ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିବା ଅଭିଯୋଗ ହୋଇଛି ।

ଆଜି(ସୋମବାର) ନୂଆପଡ଼ା ଜିଲ୍ଲା ଖଡ଼ିଆଳ, କୋମନା, ବୋଡେନ, ସିନାପାଲି, ନୂଆପଡା ଅଞ୍ଚଳର ହଜାର ହଜାର ଆଦିବାସୀ ଏକତ୍ରିତ ହୋଇଥିଲେ । ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ସଂରକ୍ଷଣ ତାଲିକା ଉପରେ ପୁନଃ ବିଚାର କରିବାକୁ ଦାବି କରିଛି ନୂଆପଡ଼ା ଆଦିବାସୀ କଲ୍ୟାଣ ସଂଘ । ଘେରାଉ ବେଳେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ହେଲେ ପରେ ପରିସ୍ଥିତି ଉପରେ କାବୁ ପାଇଥିଲା ପୋଲିସ । ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details