ଓଡିଶା

odisha

ETV Bharat / state

ବିପର୍ଯ୍ୟସ୍ତ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥା ସୁଧାରିବି: ରାଜେନ୍ଦ୍ର ଢୋଲକିଆ

ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ନୂଆପଡା ବିଧାନସଭା ଆସନରୁ ବିଜୟ ଲାଭ କରିଛନ୍ତି ।

By

Published : May 24, 2019, 3:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନୂଆପଡା

ନୂଆପଡା: ରାଜ୍ୟରେ ବିଜେଡିର ବିଜୟ ଅଭିଯାନରେ ସାମିଲ ହୋଇଛନ୍ତି ରାଜେନ୍ଦ୍ର ଢୋଲକିଆ । ସେ ନୂଆପଡା ବିଧାନସଭା ଆସନରୁ ବିଜୟ ଲାଭ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଘାସିରାମ ମାଝୀଙ୍କୁ 20 ହଜାରରୁ ଉର୍ଦ୍ଧ୍ବ ଭୋଟରେ ପରାଜିତ କରିଛନ୍ତି । ବିଜୟ ପରେ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସମସ୍ୟାକୁ ଖୁବଶୀଘ୍ର ସମାଧାନ କରିବା ପାଇଁ ଶପଥ କରିଛନ୍ତି ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ନୂଆପଡା


ବିଜୟ ପରେ ଢୋଲକିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ସେ ବିଜୟ ପାଇଁ ନିଜର ସମର୍ଥକ, କର୍ମୀମାନଙ୍କୁ ନିର୍ବାଚନ ବିଜୟର ଶ୍ରେୟ ଦେଇଛନ୍ତି । ଆଗାମୀ ଦିନରେ କୃଷି, ଶିକ୍ଷା ,ସ୍ବାସ୍ଥ୍ୟ, ଗମନାଗମନ, ପିଇବା ପାଣି ସର୍ବୋପରି ଚାଷଜମିକୁ ଜଳସେଚନର ସୁବିଧା ଯୋଗାଇବେ ବୋଲି କହିଛନ୍ତି । 2014 ନିର୍ବାଚନ ପରାଜୟର ତ୍ରୁଟିକୁ ସୁଧାରି ଲୋକଙ୍କ ସହିତ ଯୋଡି ହୋଇ ରହିଥିଲି ଯାହାର ପ୍ରତିଫଳନ ଆଜି ମୋତେ ବିଜୟ କରିଛି ବୋଲି ରାଜେନ୍ଦ୍ର ଢୋଲକିଆ ପ୍ରତିକ୍ରିୟାରେ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ରାଜେନ୍ଦ୍ର ଢୋଲକିଆ 65 310 ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ 45132 ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ 20178 ଖଣ୍ଡ ଭୋଟ ଅଧିକା ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।


ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details