ନୂଆପଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ସେବା ସପ୍ତାହ ଭାବରେ ନୂଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା ବ୍ୟାପି ପାଳନ କରୁଥିବା ଦେଖିବାକୁ ମିଳିଛି । ସେବା ସପ୍ତାହରେ ଭାରତୀୟ ଜନତା ପାର୍ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କରି ସାଧାରଣ ଗରିବ ଅସହାୟ ଲୋକଙ୍କୁ ସେବା ଯୋଗାଇଦେବା ସହ ବିଭିନ୍ନ ସହାୟତା ପ୍ରଦାନ କରିଛି । ଜିଲ୍ଲାର ବିଭିନ୍ନ ବ୍ଲକର କାର୍ଯ୍ୟ କର୍ତ୍ତା ସାମିଲ ଥିବାବେଳେ, ଶୁକ୍ରବାର ନୂଆପଡା ଜିଲ୍ଲା ଦୁର୍ଗମ ସୋସେଙ୍ଗ,ଧର୍ମବନ୍ଧା,ଗାଁକୁ ପହଞ୍ଚିଥିଲା ବିଜେପି ।
ମୋଦିଙ୍କ ଜନ୍ମଦିନକୁ ସେବା ସପ୍ତାହ ଭାବେ ପାଳିଲା ବିଜେପି - ନୂଆପଡା ଭାରତୀୟ ଜନତା ପାର୍ଟି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ସେବା ସପ୍ତାହ ଭାବରେ ନୂଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା ବ୍ୟାପି ପାଳନ କରୁଥିବା ଦେଖିବାକୁ ମିଳିଛି । ସେବା ସପ୍ତାହରେ ଭାରତୀୟ ଜନତା ପାର୍ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କରି ସାଧାରଣ ଗରିବ ଅସହାୟ ଲୋକଙ୍କୁ ସେବା ଯୋଗାଇଦେବା ସହ ବିଭିନ୍ନ ସହାୟତା ପ୍ରଦାନ କରିଛି । ଅଧିକ ପଢନ୍ତୁ...

ମୋଦିଙ୍କ ଜନ୍ମ ଦିବସକୁ ସେବା ସପ୍ତାହ ଭାବେ ପାଳନ କଲା ନୂଆପଡା ଭାରତୀୟ ଜନତା ପାର୍ଟି
ମୋଦିଙ୍କ ଜନ୍ମ ଦିବସକୁ ସେବା ସପ୍ତାହ ଭାବେ ପାଳନ କଲା ନୂଆପଡା ଭାରତୀୟ ଜନତା ପାର୍ଟି
ସେବା ସପ୍ତାହରେ ସୋସେଙ୍ଗ,ଧର୍ମବନ୍ଧା ଗାଁର 170 ପରିବାରଙ୍କୁ ଗୋଟିଏ ମାସର ରାସନ ଯୋଗାଇ ଦେଇଛନ୍ତି । ଜିଲ୍ଲାର ଖଡ଼ିଆଳ, ସିନାପାଲି, କୋମନା, ବୋଡେ଼ନ ଏବଂ ନୂଆପଡା ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଚିକିତ୍ସାଧିନ ଲୋକମାନଙ୍କୁ ଫଳ ବଣ୍ଟନ କରାଯାଇଛି । ବୁଦ୍ଧିଜୀବୀ ଆଲୋଚନାଚକ୍ର, ସ୍ବଚ୍ଛଭାରତ ଭଳି ସଚେତନତା ମୂଳକ କାର୍ଯ୍ୟ ହାତକୁ ନେଇଛି ନୂଆପଡା ଜ଼ିଲ୍ଲା ଭାରତୀୟ ଜନତା ପାର୍ଟି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ