ଓଡିଶା

odisha

ETV Bharat / state

ନୂଆଖାଇ ଲଗ୍ନ ନିର୍ଘଣ୍ଟ, 19ରେ ଇଷ୍ଟଦେବୀଙ୍କୁ ଲାଗି ହେବ ନବାନ୍ନ - eating newly harvested rice

ଖଡ଼ିଆଳ ରାଜ ଦରବାରରେ ଯୁବରାଜ ଦେବଦେବ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ନୂଆଖାଇ ଶୁଭ ଲଗ୍ନ ଧାର୍ଯ୍ୟ କରାଯାଇଛି। ଏହି ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ନବାନ୍ନ ଭକ୍ଷଣ ପାଇଁ ଜିଲ୍ଲାବାସୀଙ୍କୁ ସୂଚନା ଦେଇଛନ୍ତି ଯୁବରାଜ । ଅଧିକ ପଢନ୍ତୁ

nuakhai lagna finalised
ନୂଆପଡ଼ା ପାଇଁ ନୂଆଖାଇ ଲଗ୍ନ ନିର୍ଘଣ୍ଟ

By ETV Bharat Odisha Team

Published : Sep 2, 2023, 4:14 PM IST

ନୂଆପଡ଼ା ପାଇଁ ନୂଆଖାଇ ଲଗ୍ନ ନିର୍ଘଣ୍ଟ


ନୂଆପଡା: ନୂଆଖାଇ ବା ନବାନ୍ନ ଭକ୍ଷଣର ଶୁଭ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । ଯୁବରାଜ ଦେବଦେବ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି । ସଂସ୍କୃତି ସମ୍ପନ୍ନ ଐତିହାସିକ ଖଡ଼ିଆଳ ସହର ରାଜ ଦରବାରଠାରେ ଯୁବରାଜ ଦେବଦେବ ସିଂ ଦେଓଙ୍କ ଉପସ୍ଥିତିରେ ଲଗ୍ନ ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ମାସ 19 ତାରିଖ ରାତ୍ରିରେ ଇଷ୍ଟ୍ରଦେବୀ ମା' ସମଲେଶ୍ବରୀ ଏବଂ ଗଡରକ୍ଷକ ମା' ରକ୍ତାମ୍ବରୀଙ୍କ ଠାରେ ନବାନ୍ନ ଲାଗିହେବ । ପରେ 20 ତାରିଖ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସକାଳ 10ଟା 27 ମିନିଟରୁ 11ଟା 40 ମିନିଟ ମଧ୍ୟରେ ସର୍ବସାଧାରଣ ନବାନ୍ନ ଭକ୍ଷଣ କରିପାରିବେ। ଏହି ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ନୂଆଖାଇ ପାଳନ କରିବା ପାଇଁ ଯୁବରାଜ ଦେବଦେବ ସିଂ ଦେଓ ଜିଲ୍ଲାବାସୀଙ୍କୁ ସୂଚନା ଦେଇଛନ୍ତି ।

2023ର ନୂଆଖାଇ ଲଗ୍ନ ଧାର୍ଯ୍ୟ ସରିଛି। ଯୁବରାଜ ଦେବଦେବ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ବା ନବାନ୍ନ ଭକ୍ଷଣର ଶୁଭ ଲଗ୍ନ ଧାର୍ଯ୍ୟ କରାଯାଇଥିବାବେଳେ ନୂଆପଡା ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ନୂଆଖାଇ ଲଗ୍ନ ଧାର୍ଯ୍ୟ ପରମ୍ପରା ଦେଶ ସ୍ବାଧୀନତା ପୂର୍ବରୁ ଚାଲି ଆସୁଛି। ରାଜାରାଜୁଡା ଶାସନ କାଳରୁ ରାଜାଙ୍କ ଉପସ୍ଥିତିରେ ଲଗ୍ନ ଧାର୍ଯ୍ୟ କରାଯିବାର ନିୟମ ଚାଲି ଆସିଛି ।

ଏହା ବି ପଢନ୍ତୁ...ପାଖଉଛି ନୂଆଖାଇ, ନବାର୍ଣ୍ଣ ପାଇଁ ଅଭାବ ସରିଆଁ ଧାନ

ଏହା ବି ପଢନ୍ତୁ...ଗଣପର୍ବ ନୂଆଁଖାଇ ପାଇଁ ପ୍ରସ୍ତୁତି ଆରମ୍ଭ, 'ନବାର୍ଣ୍ଣ' ପାଇଁ ପତ୍ରର ବ୍ୟବହାର ବିଭିନ୍ନତା ଭିତରେ ଏକତାର ପ୍ରତୀକ

ଏହି ପରମ୍ପରା ଖଡ଼ିଆଳ ତତ୍କାଳୀନ ଚୌହାନ ବଂଶୀୟ ରାଜା ରତନ ସିଂ ଦେବଙ୍କ ଶାସନ କାଳରୁ ହୋଇଆସୁଛି । କାଳକ୍ରମେ ରାଜା ରାଜୁଡା ଶାସନ ଚାଲିଯାଇଥିଲେ ଶୁଦ୍ଧା, ଏହି ମହାନ ତଥା ପ୍ରାଚୀନ ପରମ୍ପରା ଆଜି ମଧ୍ୟ ଖଡ଼ିଆଳ ଗଡଜାତ ଅଞ୍ଚଳରେ ପ୍ରଚଳିତ ହୋଇଆସୁଛି । ଏହି କ୍ରମରେ ଶନିବାର ଖଡ଼ିଆଳ ରାଜ ଦରବାରଠାରେ ଯୁବରାଜ ଦେବଦେବ ସିଂ ଦେଓଙ୍କ ଉପସ୍ଥିତିରେ ରାଜ ଜ୍ୟୋତିଷ ପ୍ରଫୁଲ୍ଲ କୁମାର ରଥ, ରାଜ ପଣ୍ଡିତ ତାରାପ୍ରସାଦ ଆଚାର୍ଯ୍ୟ ଚଳିତ ବର୍ଷ 2023 ବର୍ଷର ସାମୂହିକ ନୂଆଖାଇ ବା ନବାନ୍ନ ଭକ୍ଷଣ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ଚିଠା ପ୍ରସ୍ତୁତ କରିଛନ୍ତି। ଏହି ଚିଠା ପ୍ରସ୍ତୁତ ପରେ ସେ ଯୁବରାଜ ଦେବଦେବ ସିଂ ଦେଓଙ୍କୁ ଅର୍ପଣ କରିଛନ୍ତି । ଏହାପରେ ଆନୁଷ୍ଠାନିକ ଭାବରେ ଯୁବରାଜ ନୂଆଖାି ଲଗ୍ନ ଘୋଷଣା କରିଛନ୍ତି।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details