ଓଡିଶା

odisha

ETV Bharat / state

ଖଡ଼ିଆଳ ବ୍ଲକରେ ଜମିଲା ନୂଆଁଖାଇ ଭେଟଘାଟ - ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ

ଲାଞ୍ଜୀ ଗ୍ରାମରେ ଗ୍ରାମପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଖଡ଼ିଆଳ ବ୍ଲକର 18ଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ପିଆରଆଇ ମେମ୍ବର ଉପସ୍ଥିତ ରହିଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : Sep 16, 2019, 1:43 AM IST

ନୂଆପଡା: ଖଡ଼ିଆଳ ବ୍ଲକ ଲାଞ୍ଜୀ ଗ୍ରାମରେ ଗ୍ରାମପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଛି । ଭେଟଘାଟ ଉତ୍ସବରେ ଆୟୋଜିତ ସଭାରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଅଧ୍ୟକ୍ଷତା କରିଥିଲେ । ସେହିପରି କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର ମୁଖ୍ୟ ଅତିଥି ଓ ମେଜର ରାମଚନ୍ଦ୍ର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଖଡ଼ିଆଳ ବ୍ଲକର 18ଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ପିଆରଆଇ ମେମ୍ବର ଉପସ୍ଥିତ ରହିଥିଲେ । ପାରମ୍ପରିକ ନୃତ୍ୟ, ଗୀତ ଓ ବାଦ୍ୟର ତାଳେ ତାଳେ ଏହି ଉତ୍ସବ ପାଳିତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଭେଟଘାଟରେ ଛୋଟମାନେ ବଡମାନଙ୍କୁ ମୁଣ୍ଡିଆ ବା ନମସ୍କାର କରି ନୂଆଁଖାଇ ଜୁହାର ଜଣାଇଛନ୍ତି । ସେହିଭଳି ବଡମାନେ ମଧ୍ୟ ଛୋଟମାନଙ୍କ ଶୁଭାର୍ଶୀବାଦ କାମନା କରିଛନ୍ତି । ମୁଖ୍ୟ ବକ୍ତା ମେଜର ରାମଚନ୍ଦ୍ର ମିଶ୍ର ଏହି ପର୍ବର ବିଶେଷତ୍ବ ସଂପର୍କରେ ଲୋକଙ୍କୁ ବୁଝାଇବା ସହ ପର୍ବର ଗୁରୁତ୍ବକୁ ଲୋକଙ୍କୁ ଜଣାଇଛନ୍ତି । ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଚଳିତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସମ୍ପନ୍ନ ହୋଇସାରିଛି । ହେଲେ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ ଉତ୍ସବ ଜାରି ରହିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details