ଓଡିଶା

odisha

ନୂଆପଡାରେ ଯାଦବ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ

By

Published : Oct 27, 2019, 9:40 PM IST

ନୂଆପଡା ଜିଲ୍ଲାରେ ଯାଦବ ସମାଜ ପକ୍ଷରୁ ଇନଣ୍ଡୋର ଷ୍ଟାଡ଼ିୟମ ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି। ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ କବି ହଳଧର ନାଗ ଯୋଗ ଦେଇ ଉଦବୋଧନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ଯାଦବ ସମାଜ ପକ୍ଷରୁ ନୂଆପଡା ଇନଣ୍ଡୋର ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହୋଇଛି ନୂଆଖାଇ ଭେଟଘାଟ । ଜିଲ୍ଲା ଯାଦବ ସମାଜ ସଭାପତି ହରେରାମ କଠାର ଓ ମହାସଚିବ ଲମ୍ବୋଦର ନିଆଲଙ୍କ ନେତୃତ୍ୟରେ ହଜାର ହଜାର ଯାଦବ ଯୋଗଦେଇ ସାମୁହିକ ଭାବରେ ନୂଆଖାଇ ଭେଟଘାଟ ହୋଇଛନ୍ତି।

ଆୟୋଜିତ ସାମାଜିକ ସାସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବରେ ଉତ୍କଳ ଯାଦବ ସମାଜ ସଭାପତି ପ୍ରଦୀପ ବେହେରା, ସମ୍ମାନିତ ଅତିଥି ଭାବରେ ଚାରିଗଡ଼ ସଭାପତି କେଳୁରାମ ଯାଦବ, ମୁଖ୍ୟବକ୍ତା ପଦ୍ମଶ୍ରୀ କବି ହଳଧର ନାଗ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଆୟୋଜିତ ସଭାରେ ସମାଜ ସଂସ୍କାର, କୁସଂସ୍କାର ଦୂର କରିବା, ଯୁବକ ଯୁବତୀଙ୍କୁ ସମାଜର ଗୁରୁଦାୟିତ୍ୱ ଗ୍ରହଣ କରିବା ସହ ସମାଜକୁ ସୁସଙ୍ଗଠିତ କରିବା ପାଇଁ ବକ୍ତା ଆହ୍ବାନ ଦେଇଛନ୍ତି । ଏହି ଅବସରରେ ଯାଦବ ସଂସ୍କୃତି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

ନୂଆପଡାରୁ ମୋତିଲାଲ ବାଗ, ଇଟିଭା ଭାରତ

ABOUT THE AUTHOR

...view details