ଓଡିଶା

odisha

ETV Bharat / state

ସରିଛି ନୂଆଖାଇ, ଚାଲିଛି ଭେଟଘାଟ - ନୂଆପଡାରେ ନୂଆଖାଇ ଭେଟଘାଟ

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଶେଷ ହୋଇସାରିଥିବା ବେଳେ ଏବେ ବି ନୂଆପଡାରେ ଚାଲିଛି ଭେଟଘାଟ ବା ବନ୍ଧୁ ମିଳନ ପର୍ବ । ଖଡ଼ିଆଳ ଅଗ୍ରସେନ ଭବନ ଠାରେ ନୂଆଖାଇ ଭେଟଘାଟ ପର୍ବ ଧୁମଧାମରେ ପାଳିତ ହୋଇଛି ।

ଡିଜାଇନ ଫଟୋ

By

Published : Oct 25, 2019, 6:50 PM IST

Updated : Oct 25, 2019, 11:33 PM IST

ନୂଆପଡା: ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଶେଷ ହୋଇଯାଇଛି ସତ କିନ୍ତୁ ସରିନାହିଁ ଭେଟଘାଟ ପର୍ବ । ନୂଆଖାଇ ପର୍ବ ଯେତିକି ମହାନ ତାଠାରୁ ଅଧିକ ମହତ୍ତ୍ବ ଭେଟଘାଟ ବା ବନ୍ଧୁ ମିଳନ ପର୍ବ । ନୂଆଖାଇକୁ ନେଇ ପଶ୍ଚିମ ଓଡିଶା ବାସୀଙ୍କ ଭାଇଚାରା ଅତି ନିବିଡ । ସେଥିପାଇଁ ତ ମାସ ମାସ ଧରି ନୂଆଖାଇ ଭେଟଘାଟ ପାଳିତ ହୋଇଥାଏ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଶୁକ୍ରବାର ନୂଆପଡା ଜିଲ୍ଲା କୋଶଳେଶ୍ୱର ମାଳି ସମାଜ ପକ୍ଷରୁ ଖଡ଼ିଆଳ ଅଗ୍ରସେନ ଭବନ ଠାରେ ନୂଆଖାଇ ଭେଟଘାଟ ପର୍ବ ଧୁମ ଧାମରେ ପାଳିତ ହୋଇଛି । ନୂଆପଡା ଜିଲ୍ଲା ମାଳି ସମାଜ ଯୁବ ସଭାପତି ଯୁଧିଷ୍ଠିର ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କରିଥିବା ମୁଖ୍ୟଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ଉଦବୋଧନ ଦେଇଛନ୍ତି । ସାମାଜିକ ସଙ୍ଗଠନକୁ ମଜବୁତ କରି ସାମାଜିକ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେବାପାଇଁ ଆହ୍ବାନ ଦିଆଯାଇଛି । ଏହିଅବସରରେ ନୂଆପଡା ଜିଲ୍ଲା ସମେତ ପଡୋଶୀ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ସଙ୍ଗଠକମାନେ ମଧ୍ୟ ଯୋଗ ଦେଇଥିଲେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Oct 25, 2019, 11:33 PM IST

ABOUT THE AUTHOR

...view details