ଓଡିଶା

odisha

ETV Bharat / state

କାନ୍ଥବାଡରେ ଓଡିଶା ସରକାରଙ୍କ ଶିକ୍ଷା ବ୍ୟବସ୍ଥା, ସଭିଏଁ ପଢନ୍ତୁ – ସଭିଏଁ ବଢନ୍ତୁ !

ସଭିଏଁ ପଢନ୍ତୁ - ସଭିଏଁ ବଢନ୍ତୁ ! ରାଜ୍ୟ ଗଣଶିକ୍ଷା ବିଭାଗର ଏହି ସ୍ଲୋଗାନ କେବଳ କାନ୍ଥବାଡରେ ଶୋଭାପାଉଛି । ବାସ୍ତବରେ କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଦ୍ୟାଳୟ ଅଛି , ଛାତ୍ରଛାତ୍ରୀ ଅଧ୍ୟୟନ କରିବା ପାଇଁ ଶ୍ରେଣୀ ଗୃହ ମଧ୍ୟ ଅଛି । ହେଲେ ଶିକ୍ଷକ ନାହାନ୍ତି । ଗୋଟିଏ କି ଦୁଇଦିନ ନୁହେଁ ଆଠ ଦିନ ହେଲା ଛୁ ମାରିଛନ୍ତି ଦୁଇଜଣ ଶିକ୍ଷକ ।

By

Published : Aug 22, 2019, 5:57 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ନୂଆପଡା

ନୂଆପଡା: ରାଜ୍ୟ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପ୍ରତି ବୈମାତୃକ ମନୋଭାବ। ସଭିଏଁ ପଢନ୍ତୁ – ସଭିଏଁ ବଢନ୍ତୁ , ଏହି ସ୍ଲୋଗାନ ନୂଆପଡା ଜିଲ୍ଲା ମାଓପ୍ରବଣ ଖୋଲିଭିତର ଗାଁରେ ଶୁଭୁନାହିଁ । ସରକାର ଶିକ୍ଷାଧିକାର ୨୦୦୨ ଆଇନ ପ୍ରଣୟନ କରିଛନ୍ତି । ଯେଉଁ ଆଇନ ଅନୁସାରେ ୬ ରୁ ୧୪ ବର୍ଷର ଶିଶୁ ବାଧ୍ୟତାମୂଳକ ଶିକ୍ଷା ଅଧିକାର ପାଇବେ। ହେଲେ ନୂଆପଡା ଜିଲ୍ଲା ମାଓପ୍ରବଣ ଖୋଲିଭିତର ଗାଁରେ ଶିଶୁଙ୍କ ଶିକ୍ଷା ଅଧିକାର ଆଇନକୁ ଉଲ୍ଲଙ୍ଘନ କରାଯାଉଛି । ହେଲେ କୋମଳମତି ଶିଶୁମାନେ ପାଠ ପଢିବାକୁ ପ୍ରସ୍ତୁତ ଅଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ନୂଆପଡା

ସରକାର ନିଯୁକ୍ତି ଦେଇଥିବା ଦୁଇଜଣ ଶିକ୍ଷକ ତ୍ରିଲୋଚନ ମାଝୀ ଏବଂ ସହକାରୀ ଶିକ୍ଷକ ଦଶରଥ ମାଝୀ ଦୀର୍ଘ ଆଠଦିନ ହେଲା ଅନୁପସ୍ଥିତ ଅଛନ୍ତି । ଯାହାଫଳରେ ଛାତ୍ରଛାତ୍ରୀଙ୍କ ପାଠପଢା ବିପର୍ଯ୍ୟାସ୍ତ ହୋଇପଡିଛି । ଖୋଲିଭିତର ଗାଁଠାରେ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ସରକାର ପ୍ରତିଷ୍ଠା କରିଥିବାବେଳେ , ଏଠାରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ସେହିଭଳି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବରେ ତ୍ରିଲୋଚନ ମାଝୀ ଏବଂ ସହକାରୀ ଶିକ୍ଷକ ଭାବରେ ଦଶରଥ ମାଝୀ ନିଯୁକ୍ତି ପାଇଛନ୍ତି । ହେଲେ ଏହି ୨ ଶିକ୍ଷକ ଆଜିକୁ ଆଠଦିନ ହେଲା ବିଦ୍ୟାଳୟକୁ ଆସୁନାହାନ୍ତି । ଯାହାଫଳରେ ପିଲାଙ୍କ ପାଠପଢା ଡୋରିରେ ବନ୍ଧା ହୋଇଛି । ପ୍ରତିଦିନ ଛାତ୍ରଛାତ୍ରୀ ପାଚକ,ପାଚିକା ବିଦ୍ୟାଳୟ ଯାଇଥାନ୍ତି । ପିଲାମାନେ ପରସ୍ପର ମଧ୍ୟରେ ପାଠପଢୁ ଥିବାବେଳେ ,ପାଚକ ପାଚିକା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିଥାନ୍ତି ।

ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବା ପର୍ଯ୍ୟନ୍ତ ସମସ୍ତେ ରହି ଘରକୁ ଫେରିଆସନ୍ତି । ସରକାରଙ୍କ ଏଭଳି ଶିକ୍ଷା ବ୍ୟବସ୍ଥାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଅପରପକ୍ଷେ ଅନୁପସ୍ଥିତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସେମାନଙ୍କ ପ୍ରତି ସୁନିଶ୍ଚିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details