ନୂଆପଡା: ସଡକ ସୁରକ୍ଷା ଜୀବନ ରକ୍ଷା । ଏହାସହ ନୂତନ ମୋଟର ଯାନ ନିୟମ ଆସିବା ପରଠୁ ଆରଟିଓ କାର୍ଯ୍ୟାଳୟରେ ନାହିଁନଥିବା ଭିଡ। ତେବେ ନୂତନ ଆରଟିଓ ନିୟମକୁ ନେଇ ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଏହି ଶୋଭାଯାତ୍ରାରେ ଖଡ଼ିଆଳ ଓକିଲ ସଂଘ, ବଣିକ ସଂଘ, ଜିଲ୍ଲାପ୍ରେସ କ୍ଲବ, ଜିଲ୍ଲା ସାମ୍ବାଦିକ ସଂଘ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମେ ଶୋଭାଯାତ୍ରା ସ୍ଥାନୀୟ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରୁ ବାହାରି ଥାନା ଛକଦେଇ ବ୍ଲକ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ପ୍ଲାକାର୍ଡ , ବ୍ୟାନର, ପୋଷ୍ଟର ,ଡ଼ାକବାଜି ଯନ୍ତ୍ର ଜରିଆରେ ନୂତନ ମୋଟର ଯାନ ନିୟମ ଉପରେ ଲୋକଙ୍କୁ ସଚେତନ କରାଯାଇଛି ।