ନୂଆପଡା: ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗାଁର ଖମାରିପଡାରେ ମଙ୍ଗଳବାର 4ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ତେବେ, କୋରୋନା ପଜେଟିଭ ଚିହ୍ନଟ ପରେ ପଞ୍ଚାୟତକୁ ନେହେନା ସରପଞ୍ଚ 72 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଯାହାଫଳରେ ନେହେନା ଗାଁର ଲୋକେ ବାହାରକୁ ଯାଇପାରିବେ ନାହିଁ କି ଗାଁ ବାହାରର ଲୋକେ ଗାଁ ଭିତରକୁ ପ୍ରବେଶ କରିପାରିବେ ନାହିଁ ।
72 ଘଣ୍ଚା ପାଇଁ ସଟଡାଉନ ନେହେନା ପଞ୍ଚାୟତ - nehena panchayat shutdown
72 ଘଣ୍ଚା ପାଇଁ ସଟଡାଉନ ନେହେନା ପଞ୍ଚାୟତ । କୋରୋନା ପଜେଟିଭ ଚିହ୍ନଟ ପରେ ସରପଞ୍ଚ ନେଲେ ଏଭଳି ପଦକ୍ଷେପ । ଅଧିକ ପଢନ୍ତୁ....

72 ଘଣ୍ଚା ପାଇଁ ସଟଡାଉନ ନେହେନା ପଞ୍ଚାୟତ
72 ଘଣ୍ଚା ପାଇଁ ସଟଡାଉନ ନେହେନା ପଞ୍ଚାୟତ
ବିଶେଷ କରି ନେହେନା ଗାଁର ସମସ୍ତ ମୁଖ୍ୟ ରାସ୍ତା ଓ ଗଳିରାସ୍ତାକୁ ପଞ୍ଚାୟତ ପକ୍ଷରୁ ସିଲ କରାଯାଇଛି । ଦୋକାନ ବଜାର ଗାଡି ଚଳାଚଳ ବନ୍ଦ ରହିଛି । ମୁହଁରେ ମାକ୍ସ ବ୍ୟବହାର କରିବା,ସାବୁନରେ ହାତ ଧୋଇବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ସରପଞ୍ଚ ଲୋକଙ୍କୁ ନିବେଦନ କରିଛନ୍ତି । ନେହେନା ଗାଁରେ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ