ନୂଆପଡା: ମାହାମାରୀ କୋଭିଡକୁ ରୋକିବା ପାଇଁ ନୂଆପଡା ଜିଲ୍ଲା ସିଙ୍ଗଝର ଗ୍ରାମଠାରେ ଅଧିଷ୍ଠାତ୍ରୀ ଦେବୀ ନନିମାଁଙ୍କ ଚଇତି ପର୍ବ ଯଥା ରୀତିନୀତିରେ ପାଳିତ ହୋଇଯାଇଛି । ଅଧିଷ୍ଠାତ୍ରୀ ଦେବୀ ନନିମାଁଙ୍କ ସହ ପାର୍ଶ୍ଵ ଦେବତା ଡୁକ୍ରୀବୁଢ଼ୀ, ପରଦେସେନ, ବହ୍ୟବାବୁ ଆଦି ଗ୍ରାମ ଦେବୀଙ୍କୁ ଦୀପ ଧୂପ ନୈବେଦ୍ୟ ଅର୍ପଣ କରି ମାହାମାରୀ କୋଭିଡ-19 ବିପଦରୁ ରକ୍ଷା କରିବାପାଇଁ ଗ୍ରାମବାସୀ ପ୍ରାର୍ଥନା କରିଛନ୍ତି ।
ଗ୍ରାମବାସୀଙ୍କ ଆହ୍ୱାନ କ୍ରମେ ଆଜି ନନିମା ଆବିର୍ଭାବ ହୋଇ ମହାମାରୀ କୋଭିଡରୁ ରକ୍ଷା କରିବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିବା ଶ୍ରଦ୍ଧାଳୁ ପ୍ରକାଶ କରିଛନ୍ତି । ଆଜି (ଗୁରୁବାର) ନନିମା ଆବିର୍ଭାବ ହୋଇ ଘର ଘର ବୁଲି ବନ୍ଧାପନା ପାଇ ଶ୍ରଦ୍ଧାଳୁଙ୍କୁ ଆଶିର୍ବାଦ ପ୍ରଦାନ କରିଛନ୍ତି ।