ଓଡିଶା

odisha

By

Published : Feb 21, 2023, 7:55 AM IST

ETV Bharat / state

ଜଗନ୍ନାଥ ମନ୍ଦିର ଦାନ ବାକ୍ସ ଲୁଟି ନେଲେ ଲୁଟେରା

ଖଡ଼ିଆଳ ସିନାପାଲି ଜଗନ୍ନାଥ ମନ୍ଦିରରେ ଲୁ଼ଟ । ମନ୍ଦିରର ତିନୋଟି ଦାନ ବକ୍ସ ହୁଣ୍ଡି ଲୁଟିଲେ ଲୁଟେରା । ଅଧିକ ପଢ଼ନ୍ତୁ

ମନ୍ଦିର ତିନୋଟି ଦାନ ବକ୍ସ ଲୁଟିଲେ ଲୁଟେରା
ମନ୍ଦିର ତିନୋଟି ଦାନ ବକ୍ସ ଲୁଟିଲେ ଲୁଟେରା

ମନ୍ଦିର ତିନୋଟି ଦାନ ବକ୍ସ ଲୁଟିଲେ ଲୁଟେରା

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ସିନାପାଲି ଅଞ୍ଚଳରେ ମାତିଲେ ମନ୍ଦିର ଲୁଟେରା । କେବେ ମହାପ୍ରଭୁଙ୍କ ରୂପା ଅଳଙ୍କାରରେ ନିର୍ମିତ ମୁକୁଟ ତ ଆଉକେବେ ମନ୍ଦିର ଦାନ ବକ୍ସ ହୁଣ୍ଡି ଲୁଟିଲେ ଲୁଟେରା । ଗତ କିଛିଦିନ ପୂର୍ବେ ଖଡ଼ିଆଳ ସହର ପଟ୍ଟନାୟକ ପଡା ସ୍ଥିତ ରାମ ସ୍ୱାମୀ ମନ୍ଦିର ବିଗ୍ରହଙ୍କ ୬ ଗୋଟି ରୂପା ମୁକୁଟ ଲୁଟ ହୋଇଥିଲା । ମାତ୍ର ଖଡ଼ିଆଳ ପୋଲିସର ଫାଶରେ ପଡି ମୁକୁଟ ଲୁଟେରା ଜେଲ ହାଜତକୁ ଯାଇଥିବାବେଳେ, ରବିବାର ମଧ୍ୟରାତ୍ରିରେ ସିନାପାଲି ଜଗନ୍ନାଥ ମନ୍ଦିର ହୁଣ୍ଡି ଲୁଟିଛନ୍ତି ଲୁଟେରା ।

ତାହାପୁଣି ଗୋଟିଏ କିମ୍ବା ଦୁଇଟି ହୁଣ୍ଡି ନୁହେଁ ଏକାଥରକେ ତିନି ଗୋଟି ହୁଣ୍ଡି ଲୁଟ ହେଇଛି । ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ମନ୍ଦିର ହୁଣ୍ଡି ଚୋରିକରି ମନ୍ଦିର ଦ୍ୱାରାରେ ହୁଣ୍ଡି ଭାଙ୍ଗି ଟଙ୍କାଧରି ଚମ୍ପଟ ମାରିଛି ଲୁଟେରା । ଖବର ପାଇ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏ ଯାଏଁ ଲୁଟେରାର ଟେର ପାଉନାହିଁ ସିନାପାଲି ପୋଲିସ ।

ସୂଚନାଯୋଗ୍ୟ ଯେ, ଚଳିତ ମାସ ଫେବୃୟାରୀ ୧୪ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସିନାପାଲି ଶ୍ରୀ ଜଗନ୍ନାଥ ମନ୍ଦିର ଦଶମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ବାର୍ଷିକ ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ହଜାର ହଜାର ସଂଖ୍ୟାରେ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ଏହି ଅବସରେ ଶ୍ରଦ୍ଧାଳୁ ନିଜ ଇଚ୍ଛାରେ ଠାକୁରଙ୍କୁ ଦାନ ସ୍ୱରୂପ ହୁଣ୍ଡିରେ ଗୁପ୍ତ ଭାବରେ ଅର୍ଥ ଦାନ କରିଥିଲେ ।

୧୮ ଫେବୃଆରୀ ମନ୍ଦିର ବାର୍ଷିକ ଉତ୍ସବ ଶେଷ ହୋଇଥିବା ବେଳେ ୧୯ ତାରିଖ ରବିବାର ରାତ୍ରିରେ ମହାପ୍ରଭୁଙ୍କ ହୁଣ୍ଡିକୁ ଲୁଟିଛନ୍ତି ଲୁଟେରା । ମନ୍ଦିର ବାର୍ଷିକ ଉତ୍ସବ ଅବସରରେ ଶ୍ରଦ୍ଧାଳୁଙ୍କ ଦ୍ବାରା ହୁଣ୍ଡିରେ ମୋଟା ଅଙ୍କର ଅର୍ଥ ଦାନ ହୋଇଥିବା ଅନୁମାନ କରାଯାଉଛି । ମନ୍ଦିର ହୁଣ୍ଡି ଲୁଟ ଘଟଣା ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ପ୍ରେମୀ ଲୋକମାନଙ୍କ ହୃଦୟରେ ଆଘାତ ପହଞ୍ଚାଇଛି । ତୁରନ୍ତ ଲୁଟେରାଙ୍କୁ ଗିରଫ କରିବା ପାଇଁ ଲୋକେ ସିନାପାଲି ପୋଲିସ ପାଖରେ ଦାବି କରିଛନ୍ତି । ଅପରପକ୍ଷେ ଲୁଟେରା ସ୍ଥାନୀୟ ଅଞ୍ଚଳର ହୋଇଥିବ ବୋଲି ଅନୁମାନ କରାଯାଉଛି । କାରଣ ବାର୍ଷିକ ଉତ୍ସବକୁ ଲକ୍ଷ୍ୟ କରି ଲୁଟିଛି ଲୁଟେରା । ମୋଟା ଅଙ୍କର ଅର୍ଥ ଆଶାରେ ହୁଣ୍ଡିରେ ଲୁଟ କରିଥିବା ଅନୁମାନ କରିଛି ପୋଲିସ ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details