ଓଡିଶା

odisha

ETV Bharat / state

ପ୍ରେମ ପାଇଁ ଝୁଲିପଡିଲେ ନାବାଳକ ପ୍ରେମୀଯୁଗଳ - ନୂଆପଡା

minor-couple-suicide-in-nuapara
ପ୍ରତିକାତ୍ମକ ଫଟୋ

By

Published : Mar 1, 2020, 5:02 PM IST

Updated : Mar 1, 2020, 7:55 PM IST

16:51 March 01

ନାବାଳକ ପ୍ରେମୀଙ୍କ ଚରମ ନିଷ୍ପତ୍ତି । ହଷ୍ଟେଲରୁ 2 କିଲୋମିଟର ଦୂରରେ ଥିବା ଗଛରେ ଓଢଣୀ ଲଗାଇ ଆତ୍ମହତ୍ୟା । ଅଧିକ ପଢନ୍ତୁ...

ପ୍ରେମ ପାଇଁ ଝୁଲିପଡିଲେ ନାବାଳକ ପ୍ରେମୀଯୁଗଳ

ନୂଆପଡା:କୁକୁରିମୁଣ୍ଡି ସେବାଶ୍ରମରେ ଅଘଟଣ । ସେବାଶ୍ରମ ବିଦ୍ୟାଳୟ ଛାତ୍ରୀ ନିବାସରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା । ଛାତ୍ରୀଙ୍କ ନାମ ଚୁନେଶ୍ବରୀ ହରିଜନ ବୋଲି ଜଣାପଡିଛି । ସେହି ଗାଁର ନାବାଳକ ଜୀବନଲାଲ ମାଝୀ ମଧ୍ୟ ତାଙ୍କ ସହ ଆତ୍ମହତ୍ୟା କରିଥିବା ଦେଖାଯାଇଛି । ପ୍ରେମ ସମ୍ପର୍କ ନେଇ ଆତ୍ମହତ୍ୟା ସନ୍ଦେହ କରାଯାଉଛି। ଆଶ୍ରମ ସ୍କୁଲ ଠାରୁ ପ୍ରାୟ 2 କିଲୋମିଟର ଦୂରତା ଏକ ମହୁଲ ଗଛରେ ଦୁହେଁ ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିଛନ୍ତି।  

ଉଭୟେ ନାବାଳ ହୋଇଥିବାରୁ ବିଚାରଶକ୍ତି ହରାଇ ଏଭଳି କାଣ୍ଡ ଭିଆଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଜିଲ୍ଲାରେ ଆଦିବାସୀ ଛାତ୍ରୀ ନିବାସରେ ଛାତ୍ରୀ ଅସୁରକ୍ଷିତ। ଏଥିପ୍ରତି ସରକାର ଦୃଷ୍ଟି ଦେବା ନିତାନ୍ତ ଜରୁରୀ ହୋଇପଡିଛି । ଶିକ୍ଷକ,କେୟାରଟେକର,ଚୌକିଦାର ସମସ୍ତ କର୍ମଚାରୀଙ୍କ ଦାୟିତ୍ବହୀନତା କାରଣରୁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହେଉଛି ।  

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ 

Last Updated : Mar 1, 2020, 7:55 PM IST

ABOUT THE AUTHOR

...view details