ନୂଆପଡା: ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ରବିବାର ଦିନିକିଆ ନୂଆପଡା ଗସ୍ତ କରି ଫେରିଯାଇଛନ୍ତି । ଗସ୍ତ ସମୟରେ ଖରିଆରରୋଡ , କୋମନା ଏବଂ ଖଡ଼ିଆଳ ଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଦନା ଜ୍ଞାପନ କରାଯାଇଥିଲା । ମନ୍ତ୍ରୀଙ୍କ ଗସ୍ତକୁ ନେଇ ଦଳୀୟ ନେତା ଓ କର୍ମୀ ମହଲରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା ।
ଗସ୍ତ ସମୟରେ ନୂଆପଡା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ପତୋରା ଶିବ ମନ୍ଦିରରେ ପୂଜାଅର୍ଚ୍ଚନା କରିବାସହ ନୂଆପଡା ସଦର ବ୍ଲକ ଠାରେ ଅନ୍ଧ ମୁକ ବଧିର ମାନକଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକଲ, ଭିନ୍ନକ୍ଷମ ଭତ୍ତା ବଣ୍ଟନ କରିଛନ୍ତି । ସେହିଭଳି ବରିଷ୍ଠ ନାଗରିକ ମଞ୍ଚ ନୂଆପଡାର କର୍ମକର୍ତ୍ତା ମାନଙ୍କ ସହ ଜ଼ୀଲ୍ଲାର ବିକାଶ ଦିଗରେ ଆଲୋଚନା କରିଛନ୍ତି ।