ନୂଆପଡା: ଜିଲ୍ଲାରେ ମେଗା ଋଣମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ କୋମନା ବ୍ଲକରେ ମୋଟ 400 ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଛି ।
କୋମନାରେ ମେଗା ଋଣ ମେଳା, ଗୋଟିଏ ଦିନରେ 5 କୋଟି ଋଣପ୍ରଦାନ - loan fair in Komna block
ନୂଆପଡା ଜିଲ୍ଲା କୋମନା ବ୍ଲକରେ ମେଗା କ୍ରେଡିଟ ଲିଂକେଜ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ମୋଟ 5 କୋଟି 49 ଲକ୍ଷ 64 ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

କୋମନା ବ୍ଲକରେ ମେଗା ଋଣ ମେଳା
କୋମନା ବ୍ଲକରେ ମେଗା ଋଣ ମେଳା
ନୂଆପଡା ଜିଲ୍ଲା କୋମନା ଜିଟାମିତ୍ର ହାଇସ୍କୁଲ ପଡିଆରେ ମିଶନ ଶକ୍ତି ଓ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ମେଗା କ୍ରେଡିଟ ଲିଂକେଜ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ଯୋଗ ଦେଇଥିଲା । ଏହି ମେଳାରେ ମୋଟ 5 କୋଟି 49 ଲକ୍ଷ 64 ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ କୋମନା ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ମିଶ୍ର, ସମାଜ କଲ୍ୟାଣ ଅଧିକାରୀ ବିଦୁଲତା ପାତ୍ର, ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ସମେତ ବହୁମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ