ଓଡିଶା

odisha

By

Published : Dec 24, 2021, 11:56 PM IST

ETV Bharat / state

ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନୂଆପଡା ଜିଲ୍ଲା ପାଟଧରା ସଂରକ୍ଷିତ ଜଙ୍ଗଲରେ ସକ୍ରିୟ ରହିଛି ମାଓ ସଂଗଠନ । କୋକଟିଆମ ଗାଁରେ ଏକ ମାଓବାଦୀ କ୍ୟାମ୍ପକୁ ଠାବ କରାଯାଇଛି। ଅଧିକ ପଢନ୍ତୁ

କୋକଟିଆମ ଗାଁରେ ମାଓବାଦୀ କ୍ୟାମ୍ପ ଠାବ
କୋକଟିଆମ ଗାଁରେ ମାଓବାଦୀ କ୍ୟାମ୍ପ ଠାବ

ନୂଆପଡା : ଜିଲ୍ଲା ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ସଂଗଠନ ସକ୍ରିୟ ରହିଛି । ମାଓବାଦୀଙ୍କୁ ନିପାତ କରିବା ପାଇଁ ଯବାନ ଆରମ୍ଭ କରିଛନ୍ତି ଅପରେସନ । ତେବେ କୁମ୍ବିଂ ଅପରେସନରେ ଯବାନଙ୍କୁ ମିଳିଛି ସଫଳତା । sog, crpf ଓ dvf ଯବାନ ଅପରେସନ ବେଳେ ଏକ ପାଟଧରା ସଂରକ୍ଷିତ ଜଙ୍ଗଲ ସ୍ଥିତ କୋକଟିଆମ ଗାଁରେ ଏକ ମାଓବାଦୀ କ୍ୟାମ୍ପକୁ ଠାବ କରାଯାଇଛି।

କୋକଟିଆମ ଗାଁରେ ମାଓବାଦୀ କ୍ୟାମ୍ପ ଠାବ

2 ଗୋଟି ଜୀବନ୍ତ ଟିଫିନ ବୋମା, 2ଗୋଟି ବ୍ୟାଟେରୀ, ସୋଲଡିଂ ଆଇରନ, ତାର, ଛତା, କମ୍ବଳ, ମୋବାଇଲ ବ୍ୟାଟେରୀ, ଚାର୍ଜର ସହ କିଛି ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ଏନେଇ ନୂଆପଡା ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁଷ ଦିବାକର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ,ଗତ କିଛି ଦିନ ତଳେ ଯବାନଙ୍କ ପକ୍ଷରୁ ଏ କୁମ୍ବିଂ ଅପରେସନ ମାଓବାଦୀଙ୍କୁ ନିପାତ କରିବା ପାଇଁ ଆରମ୍ଭ ହୋଇଥିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details