ନୂଆପଡା: ନିର୍ବାଚନ ପୂର୍ବରୁ ନୂଆପଡାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସିପିଆଇ ମାଓ ସଂଗଠନ ପକ୍ଷରୁ ଟାନୱାଟ୍ ଛକ ନିକଟରେ ଏହି ପୋଷ୍ଟର ଲାଗିଛି । ଆସନ୍ତା ନିର୍ବାଚନକୁ ବର୍ଜନ କରିବାକୁ ଏଥିରେ ଉଲ୍ଲେଖ ରହିଛି ।
ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ପରେ ଜନସାଧାରଣଙ୍କମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛି ମାଓ ସଂଗଠନ । ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପୋଷ୍ଟର ଜରିଆରେ ନିଜର ଉପସ୍ଥିତିକୁ ଜାହିର କରିଛନ୍ତି ମାଓବାଦୀ । ଖବର ପାଇ ପୋଲିସ ଓ ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।