ଓଡିଶା

odisha

ETV Bharat / state

ଭୋଜି ଖାଇ ଫେରୁଥିଲେ, ଅଧା ରାସ୍ତାରେ ଓଲଟିଲା ବରଯାତ୍ରୀ ଗାଡି - ନୂଆପଡା ସଡକ ଦୁର୍ଘଟଣା ଖବର

ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସରଗାଡି ନୂଆପଡା ଗାଁ ନିକଟରେ ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଜଣେ ମୃତ
ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଜଣେ ମୃତ

By

Published : Feb 7, 2022, 7:33 AM IST

ନୂଆପଡା: ଓଲଟିଲା ବରଯାତ୍ରୀ ଗାଡି । ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସରଗାଡି ନୂଆପଡା ଗାଁ ନିକଟରେ ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୯ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି ।

ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି, ଜଣେ ମୃତ

ସୂଚନାଅନୁସାରେ, ଧଳା ରଙ୍ଗର ଏକ ପିକଅପ ଭ୍ୟାନ(OR03H6584) ବଲାଙ୍ଗୀର ଜ଼ିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ପାତଲପଡା ଗ୍ରାମରୁ 50ରୁ ଅଧିକ ଜଣ ବରଯାତ୍ରୀଙ୍କୁ ନେଇ ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସରଗାଡି ନୂଆପଡା ଗ୍ରାମକୁ ଆସିଥିଲା । ଭୋଜି ଭାତ ଖାଇ ନିଜଗାଁ ପାତଲପଡାକୁ ଫେରିଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

ଦୁର୍ଘଟଣାରେ ୯ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ଖଡ଼ିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details