ଓଡିଶା

odisha

ନୂଆପଡାରେ 24ରୁ ଖୋଲିବ ଧାନ ମଣ୍ଡି, ଏଥର 17 ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ କ୍ରୟ ଲକ୍ଷ୍ୟ

By ETV Bharat Odisha Team

Published : Nov 15, 2023, 5:28 PM IST

ନୂଆପଡାରେ 2023-24 ଖରିଫ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ । ଚଳିତ ବର୍ଷ ଧାନ ବିକ୍ରୟ କରିବା ପାଇଁ 44 ହଜାର ଚାଷୀ ପଞ୍ଜିକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 17 ଲକ୍ଷ 92 ହଜାର କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ରଖାଯାଇଛି । ଅଧିକ ପଢ଼ନ୍ତୁ

ନୂଆପଡାରେ ଧାନ କ୍ରୟ କମିଟି ବୈଠକ, ଜିଲ୍ଲାରେ 24ରୁ ଖୋଲିବ ଧାନ ମଣ୍ଡି
ନୂଆପଡାରେ ଧାନ କ୍ରୟ କମିଟି ବୈଠକ, ଜିଲ୍ଲାରେ 24ରୁ ଖୋଲିବ ଧାନ ମଣ୍ଡି

ନୂଆପଡାରେ ଧାନ କ୍ରୟ କମିଟି ବୈଠକ, ଜିଲ୍ଲାରେ 24ରୁ ଖୋଲିବ ଧାନ ମଣ୍ଡି

ନୂଆପଡା: ନୂଆପଡା ଜିଲ୍ଲାରେ ଆରମ୍ଭ ହେବ ଖରିଫ ଧାନ କିଣା ପ୍ରକ୍ରିୟା । ଏଥିପାଇଁ ଆଜି ଜିଲ୍ଲା ପ୍ରଶାସନ ତରଫରୁ 2023-24 ଖରିଫ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ନଭେମ୍ବର ମାସ 24 ତାରିଖଠାରୁ ଜିଲ୍ଲାରେ ଧାନ ମଣ୍ଡି ଶୁଭାରମ୍ଭ ହେବ ବୋଲି ସୂଚନା ମିଳିଛି । ଧାନ ବିକ୍ରୟ କରିବା ପାଇଁ 44 ହଜାର ଚାଷୀ ପଞ୍ଜିକୃତ କରିଛନ୍ତି । ଏହି ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିବା ବେଳେ ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି ।

ସୂଚନା ଯୋଗ୍ୟ ଆଜି ଜିଲ୍ଲା ସଦ୍ଭାବନା ଗୃହଠାରେ ପ୍ରଶାସନ ତରଫରୁ 2023-24 ଖରିଫ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ନଭେମ୍ବର ମାସ 24 ତାରିଖଠାରୁ ନୂଆପଡା ଜିଲ୍ଲାରେ ଧାନ ମଣ୍ଡି ଶୁଭାରମ୍ଭ ହେବ ବୋଲି ଜିଲ୍ଲାପାଳ ହେମକାନ୍ତ ସାଏ ସୂଚନା ଦେଇଛନ୍ତି ।

ସେହିଭଳି ଚଳିତବର୍ଷ ଧାନ ବିକ୍ରୟ କରିବା ପାଇଁ 44 ହଜାର ଚାଷୀ ପଞ୍ଜିକୃତ ହୋଇଥିବା ବେଳେ,ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ 17 ଲକ୍ଷ 92 ହଜାର କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ରଖାଯାଇଛି । ଜିଲ୍ଲାରେ 76 ଗୋଟି ଧାନ ମଣ୍ଡିରେ ଧାନ କିଣା ବିକା ହେବାକୁ ଥିବାବେଳେ, 26 ଗୋଟି ପେକ୍ସ ଏବଂ 13 ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରିବେ ବୋଲି ବୈଠକରେ ଜଣାପଡ଼ିଛି । ବେଆଇନ ଧାନ ବିକ୍ରୟ ଏବଂ ଅସାଧୁ ମିଡିଲମ୍ୟାନମାନଙ୍କୁ ଦୃଷ୍ଟି ଦେବାପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଅନ୍ୟପଟେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ବୈଠକ ଆୟୋଜନ କରାଯାଇଥିବା ବେଳେ ବାସ୍ତବରେ କୌଣସି ନିଷ୍ପତି କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଛନ୍ତି ଚାଷୀ ପ୍ରତିନିଧି ଯଦୁମଣି ପାଣିଗ୍ରାହୀ ।

ଏହା ମଧ୍ୟ ପଢନ୍ତୁ....ଧାନ ମଣ୍ଡି ଖୋଲିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

ଏହି ବୈଠକରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, କଳାହାଣ୍ଡି ସାଂସଦ ପ୍ରତିନିଧି କମଲେଶ ଦୀକ୍ଷିତ, ଚାଷୀ ପ୍ରତିନିଧି, ମିଲର୍ଷ, ARCS, RMC, CSO ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଧାନ କ୍ରୟ ସମ୍ପର୍କରେ ଆଲୋଚନା କରିଥିଲେ ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details