ଓଡିଶା

odisha

ETV Bharat / state

ମଣ୍ଡିରେ ପଡିରହିଛି ଧାନ ନେଉନାହାଁନ୍ତି ମିଲର୍ସ, ଚାଷୀ ଅସନ୍ତୋଷ - ନୂଆପଡାର ମଣ୍ଡି ସମସ୍ୟା ଖବର

ନୂଆପଡା ଜିଲ୍ଲାରେ ହଜାର ହଜାର କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ମଣ୍ଡିରେ ପଡି ରହିଛି । ବୁଲା ଗାଈ ବଳଦ ଧାନ ଖାଇଯାଉଥିବାବେଳେ,ଚାଷୀ ଶୀତ କାକର ରେ ମଣ୍ଡି ଧାନ ଜଗି ବସିଛି । ଏ ଭଳି ଅବ୍ୟବସ୍ଥା ମଧ୍ୟରେ ଚାଷୀ ଏବେ ଦୋଛକିରେ ।

mandi problem in nuapada
ମଣ୍ଡିର ପଡିରହିଛି ଧାନ ନେଉନାହାଁନ୍ତି ମିଲର୍ସ, ଚାଷୀ ଅସନ୍ତୋଷ

By

Published : Jan 24, 2021, 9:46 PM IST

ନୂଆପଡା: ଜିଲ୍ଲାର ବିଭିନ୍ନ ଧାନ ମଣ୍ଡି ରେ ଅଚଳାବସ୍ଥା ଦେଖାଦେଇଛି ହଜାର ହଜାର କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ମଣ୍ଡିରେ ପଡି ରହିଛି । ବୁଲା ଗାଈ ବଳଦ ଧାନ ଖାଇଯାଉଥିବାବେଳେ,ଚାଷୀ ଶୀତ କାକର ରେ ମଣ୍ଡି ଧାନ ଜଗି ବସିଛି । କାଁ ଭାଁ କେତେ ଗୁଡିଏ ଧାନ ମଣ୍ଡି ଚାଲିଥିବାବେଳେ ,କଟନି ଛଟନି ସୀମା ଟପି ଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି।

ମଣ୍ଡିର ପଡିରହିଛି ଧାନ ନେଉନାହାଁନ୍ତି ମିଲର୍ସ, ଚାଷୀ ଅସନ୍ତୋଷ

ଜିଲ୍ଲାର ସିନାପାଲି ବ୍ଲକ ହାତୀବନ୍ଧା ଧାନ ମଣ୍ଡି ରେ କୁଇଣ୍ଟାଲ ପ୍ରତି 7ରୁ 10 କିଲୋଗ୍ରାମ କଟନି ଛଟନି ଚାଲିଥିବା ଚାଷିଗଣ ଅଭିଯୋଗ କରିଛନ୍ତି। ସେହିଭଳି ସିନାପାଲି ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡି ରହୁଥିବା ଦେଖାଦେଇଛି। ମିଲର୍ସ ଟାର୍ଗେଟ ନାହିଁ ବୋଲି ମଣ୍ଡିକୁ ଆସୁ ନାହିଁ, ଯଦି ବି ଆସୁଛି 5 ରୁ 7 କିଲୋଗ୍ରାମ ସିନାପାଲି ମଣ୍ଡିରେ କଟନି ଛଟନି ଚାଲିଥିବା ଚାଷୀ ଦୁଃଖର ସହ ପ୍ରକାଶ କରିଛନ୍ତି। ସେହିଭଳି ହାତୀବନ୍ଧା ଧାନ ମଣ୍ଡିରେ ମିଲର୍ସ କର୍ମଚାରୀ RMC କର୍ମଚାରୀ ଙ୍କ ଦ୍ଵାରା ଚାଷୀ ଶୋଷଣ ହେଉଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି। ଖଡ଼ିଆଳ ବ୍ଲକ ଡୁଆଝର ଧାନ ମଣ୍ଡିରେ ଚାଷୀଙ୍କ ଟୋକନ ଆସି ନାହିଁ ଯାହାଫଳରେ ପୁରୁନ୍ଦର ସରାଫ ନାମକ ଚାଷୀ ଉଦବେଗ ପ୍ରକାଶ କରିଛନ୍ତି।

ଅପରପକ୍ଷେ ମାସ ମାସ ଧରି ଧାନ ମଣ୍ଡିରେ ଚାଷୀ ଶୀତ କାକର ରେ ନିର୍ଯାତନା ଭୋଗୁଛନ୍ତି ସରକାର ମଣ୍ଡି ରୁ ଧାନ ଉଠାନ୍ତୁ ନଚେତ ହାତ ଟେକି ମଣ୍ଡି ବନ୍ଦ କରିବାକୁ ଚାଷୀ ନେତା ଯଦୁମଣି ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ABOUT THE AUTHOR

...view details