ନୂଆପଡ଼ା: ଜିଲ୍ଲା ବ୍ୟାପୀ କୋଭିଡ କଟକଣା ପାଇଁ 2021 ନୂତନ ବର୍ଷ ସେଲିବ୍ରେସନ ଫିକା ପଡିଲା । ଖାଁ ଖାଁ ଲାଗୁଛି ନୂଆପଡା ଜିଲ୍ଲା ସହର ଠାରୁ ପୁରପଲ୍ଲୀ । ବିଶେଷ କରି ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ପର୍ଯ୍ୟଟନ କ୍ଷେତ୍ର ଜନଶୂନ୍ୟ ହୋଇପଡିଛି । ହଜାର ହଜାର ପର୍ଯ୍ୟଟକଙ୍କ କୋଳାହଳରେ ଖିଲିଖିଲି ହସୁଥିବା ଲୋୟରଇନ୍ଦ୍ର ପର୍ଯ୍ୟଟନ କ୍ଷେତ୍ରରେ କାଉ କୋଇଲିର ଶବ୍ଦ ନାହିଁ ।
ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ପ୍ରତ୍ୟେକ ଦୁଆର ମୁହଁରେ ପୋଲିସ ସୁରକ୍ଷାକର୍ମୀଙ୍କ ଛାଉଣୀ ଦେଖାଦେଇଛି । କଡା ସୁରକ୍ଷା ବଳରେ ଲୋୟରଇନ୍ଦ୍ର ପର୍ଯ୍ୟଟନ କ୍ଷେତ୍ର । ବାଣ, ବାଜାର ଶବ୍ଦ ହିଁ ନାହିଁ । ଗୋଟିଏ ସ୍ଥାନରେ ମଧ୍ୟ ଭୋଜି ଭାତର ଆସର ଦେଲାନାହିଁ ସତରେ ଫିକା ପଡିଲା ନୂତନ ବର୍ଷ 2021 ।