ଓଡିଶା

odisha

ETV Bharat / state

ପ୍ରେମ କଲା ବାସହରା, 16 ଜଣଙ୍କୁ ହାଣି ମାରିବାକୁ ପ୍ରେମିକା ପରିବାରର ଧମକ - love angle and disturbance

ଦୁର୍ବଳ ଉପରେ ସବଳର ଅତ୍ୟାଚାର, ଟାଙ୍ଗିଆ ଫାର୍ସାରେ ହତ୍ୟାକରୀ ରକ୍ତର ହୋଲି ଖେଳିବାକୁ ଧମକ । ନିରୀହ ପରିବାରର 16 ଜଣ ସଦସ୍ୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ସମୂଳେ ବିନାଶ କରିବାକୁ ଚେତାବନୀ । ଏଭଳି ଘଟଣା ଘଟିଛି ନୂଆପଡା ଜିଲ୍ଲା ସିନାପାଲି ଥାନା ସିତଲିଖଲିଆ ଗାଁରେ ।

ପ୍ରେମ କଲା ବାସହରା, 16 ଜଣଙ୍କୁ ହାଣି ମାରିବାକୁ ପ୍ରେମିକା ପରିବାରର ଧମକ
ପ୍ରେମ କଲା ବାସହରା, 16 ଜଣଙ୍କୁ ହାଣି ମାରିବାକୁ ପ୍ରେମିକା ପରିବାରର ଧମକ

By

Published : Sep 4, 2020, 9:29 PM IST

Updated : Sep 4, 2020, 10:13 PM IST

ନୂଆପଡା: ଦୁର୍ବଳ ଉପରେ ସବଳର ଅତ୍ୟାଚାର । ଟାଙ୍ଗିଆ ଫାର୍ସାରେ ହତ୍ୟାକରୀ ରକ୍ତର ହୋଲି ଖେଳିବାକୁ ଧମକ । ନିରୀହ ପରିବାରର 16ଜଣ ସଦସ୍ୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ସମୂଳେ ବିନାଶ କରିବାକୁ ଚେତାବନୀ । ଭୟରେ ଆତଙ୍କିତ ସାରା ଅଞ୍ଚଳ । ଏପଟେ ଘରଦ୍ୱାର ଗାଁ ଛାଡି ବେସାହାରା 3 ପରିବାର । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ଥାନା ସିତଲିଖଲିଆ ଗାଁରେ ।

ପ୍ରେମ କଲା ବାସହରା, 16 ଜଣଙ୍କୁ ହାଣି ମାରିବାକୁ ପ୍ରେମିକା ପରିବାରର ଧମକ
ନୂଆପଡା ଜିଲ୍ଲା ସଦରମହୁକମାଠାରୁ 95 କିଲୋମିଟର ଦୂରତା ସିନାପାଲି ଥାନା ଅନ୍ତର୍ଗତ ଆଦିବାସୀ ବହୁଳ ସିତଲିଖଲିଆ ଗାଁ । ଗାଁର ଅଭିମନ୍ୟୁ କାଣ୍ଡଙ୍କ ପୁଅ ସତ୍ୟ କାଣ୍ଡ ଏବଂ ବିଷ୍ଣୁରାମ ଭୋଇଙ୍କ ଝିଅ ଦେବକୀ ଭୋଇଙ୍କ ମଧ୍ୟରେ ବହୁଦିନରୁ ପ୍ରେମ ସମ୍ପର୍କ ନିବିଡ ହୋଇଥିଲା । ଉଭୟେ ପରସ୍ପରକୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଚରମ ନିଷ୍ପତ୍ତି ନେଲେ । ହେଲେ ପୁଅ ଏବଂ ଝିଅ ଉଭୟ ଘର ଲୋକ ଜାତିକୁ ନେଇ ବିବାହ ପାଇଁ ରାଜି ହେଲେନାହିଁ ।

ଯାହାର ପରିଣାମ ସ୍ବରୂପ ଜୁଲାଇ 13 ତାରିଖ ଠାରୁ ଅନ୍ୟତ୍ର ପଳାୟନ କଲେ ପ୍ରେମୀ ଯୁଗଳ । ସେହିଦିନଠାରୁ ଉଭୟ ପରିବାରରେ ଅସନ୍ତୋଷ ଦେଖାଦେଇଛି । ଝିଅ ପରିବାର ଲୋକେ ମଦପିଇ ମାତାଲ ହୋଇ ଟାଙ୍ଗିଆ, ଫାର୍ସା ଧରି ପୁଅର ବାପା ଅଭିମନ୍ୟୁ କାଣ୍ଡ, କକା ନେତ୍ର କାଣ୍ଡ, ସାନକକା ଉଦେନାଥ କାଣ୍ଡଙ୍କ ପରିବାରକୁ ଟାଙ୍ଗିଆ, ଫାର୍ସା, ଧାରୁଆ ଅସ୍ତ୍ର ଧରି ଜୀବନରେ ମାରିଦେବା ପାଇଁ ଗୋଡାଇଥିବା ଅଭିଯୋଗ ହୋଇଛି । ଭୟରେ ଏହି ତିନି ପରିବାର ଗାଁ ଘର ଦ୍ୱାର ଛାଡି ବେସାହାରା ।


ପୁଅ ସତ୍ୟ କାଣ୍ଡ ର ବାପା ମାଆ ବାରିବାରର 6ଜଣ ସଦସ୍ୟ ଗାଁ ଘରଦ୍ୱାର ଜମିବାଡ଼ି ଛାଡି ଅନ୍ୟତ୍ର ମାଖାପଦର ଗାଁରେ ଲୁଚି ଆଶ୍ରୟ ନେଇଛନ୍ତି । ଦୁଇ କକା ନେତ୍ର କାଣ୍ଡ ଏବଂ ଉଦେନାଥ କାଣ୍ଡଙ୍କ 2 ପରିବାରର 10ଜଣ ସଦସ୍ୟ ଗାଁ ଛାଡି ନିକଟସ୍ଥ କାଣ୍ଡ ପଡା ସ୍ଥିତ ନାଳ ପାଖରେ ଆଶ୍ରୟ ନେଇଛନ୍ତି । ଗୋଟିଏ ପଟେ ଭୟ ଲାଗି ରହିଥିବାବେଳେ, ଅନ୍ୟପଟେ ବିଷଧର ସାପ ସରୀସୃପ ଭୟ ଲାଗିରହିଛି । ସେହିଭଳି ଆସବାପତ୍ର ଚାଉଳ, ଡାଲି ସବୁକିଛି ପୁରୁଣା ଘରେ ଛାଡ଼ିଦେଇ ବେସାହାରା । ଏଭଳି ଦୁର୍ବିଷହ ଜୀବନ ବିତାଉଛନ୍ତି ନିରୀହ ପରିବାର ଲୋକେ ।

ଘଟଣା ସମ୍ପର୍କରେ ଆମ ଟିମ ସିନାପାଲି ଥାନା ଆଇଆଇସିଙ୍କ ସହ ବିଷଦ ଆଲୋଚନା କରିଥିଲା । ତେବେ ଥାନାରେ ଏକ ମାମଲା ରୁଜୁ କରି ଉଭୟ ପକ୍ଷଙ୍କୁ ଡାକି ଆଉ ଝଗଡା ନହେବା ପାଇଁ ବୁଝାସୁଝା କରି ଏଗ୍ରିମେଣ୍ଟ କରି ଛାଡ଼ିଦେଇଥିବା ଥାନାଧିକାରୀ ଜ୍ୟୋତି ରଞ୍ଜନ ଗଉଡ଼ ପ୍ରକାଶ କରିଛନ୍ତି । ଅପରପକ୍ଷେ ଅତ୍ୟାଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପୋଲିସ ପୁଅ ପାର୍ଟିକୁ ଗାଁ ଛାଡି ଲୁଚିରହିବାକୁ ପରାମର୍ଶ ଦେଉଥିବା ପୁଅର କକା ଦ୍ୱୟ ପ୍ରକାଶ କରିଛନ୍ତି । ଘଟଣାର ଖବର ପାଇ ସିନାପାଲି ବିଡ଼ିଓ ସିତଲିଖଲିଆ ଗାଁକୁ ଯାଇ ଶାନ୍ତି ଫେରାଇ ଆଣିବାପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Sep 4, 2020, 10:13 PM IST

ABOUT THE AUTHOR

...view details