ଓଡିଶା

odisha

ଲକଡାଉନ: ଅସହାୟଙ୍କୁ ସାହା ନୂଆପଡାର ସମାଜସେବୀ ଦମ୍ପତ୍ତି

By

Published : Mar 29, 2020, 10:16 PM IST

କୋରୋନାର ବିପତ୍ତିରେ ନୂଆପଡା ଜିଲ୍ଲା ସଦର ମହୁକମା ନୂଆପଡା ରାଧାକୃଷ୍ଣ ପଡାର ସମାଜ ସେବୀ ଦମ୍ପତିଙ୍କ ମହନୀୟତା । ଯାହାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ନୂଆପଡାବାସୀ । ଅଧିକ ପଢନ୍ତୁ...

lockdown in nuapada, nuapada latest news, social worker couple of nuapada, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌, ନୂଆପଡା ଲକଡାଉନ, ନୂଆପଡାର ସମାଜସେବୀ ଦମ୍ପତ୍ତି
ଲକଡାଉନ: ଅସହାୟଙ୍କୁ ସାହା ନୂଆପଡାର ସମାଜସେବୀ ଦମ୍ପତ୍ତି

ନୂଆପଡା: କୋରୋନାର ବିପତ୍ତିରେ ନୂଆପଡା ଜିଲ୍ଲା ସଦର ମହୁକମା ନୂଆପଡା ରାଧାକୃଷ୍ଣ ପଡାର ସମାଜ ସେବୀ ଦମ୍ପତିଙ୍କ ମହନୀୟତା । ଯାହାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ନୂଆପଡାବାସୀ । ସାରା ଦେଶରେ ଲାକଡାଉନ ଘୋଷଣା ହେବା ପରେ ଗାଡିମୋଟର, ଯାନ ବାହାନ ଚଳାଚଳ ବନ୍ଦ ରହିଛି । ପଲ୍ଲୀଠାରୁ ଦିଲ୍ଲୀ ସବୁ ଖାଁ ଖାଁ । ଦୋକାନ ବଜାରରେ ମଧ୍ୟ ଝୁଲୁଛି ତାଲା । ଏମିତିରେ ଭୋକିଲା ପେଟକୁ ଦାନା ଦେବାକୁ ଅଣ୍ଟା ଭିଡିଛନ୍ତି ଏହି ଦମ୍ପତ୍ତି ।

ଲକଡାଉନ: ଅସହାୟଙ୍କୁ ସାହା ନୂଆପଡାର ସମାଜସେବୀ ଦମ୍ପତ୍ତି

ଏଭଳି ଘଡିସନ୍ଧୀ ମୁହୂର୍ତ୍ତରେ ବାହାରେ ଘୁରି ବୁଲୁଥିବା ଭିକାରୀ, ମାନସିକ ବିକାରଗ୍ରସ୍ତ ଓ ଅସହାୟ ଗରିବ ଲୋକମାନଙ୍କ ଭୋକିଲା ପେଟକୁ ଅନ୍ନ ଯୋଗାଇବାକୁ ଆଗେଇ ଆସିଛନ୍ତି ସମାଜସେବୀ ଦମ୍ପତ୍ତି ନଗେଶ କୁମାର ରାଉତ ଏବଂ ତାଙ୍କ ଧର୍ମ ପତ୍ନୀ ଦିବ୍ୟାଙ୍କା ରାଉତ । ଦିବ୍ୟାଙ୍କା ପ୍ରତିଦିନ ଘରେ ଖାଦ୍ୟ ପ୍ରସ୍ତୁତ କରି ଥାଆନ୍ତି । ଏହାପରେ ଉଭୟେ ସ୍ବୀମୀ ସ୍ତ୍ରୀ ଏହି ଖାଦ୍ୟକୁ ଧରି ସହରର ଅସହାୟ ଲୋକଙ୍କୁ ବାଣ୍ଟନ୍ତି । ଯାହାକୁ ଯେଉଁଠି ପାଇଲେ ଖାଦ୍ୟ ଦେଇ ଭୋକିଲାଙ୍କ ଭୋକ ମେଣ୍ଟାଉଛନ୍ତି ଏହି ସମାଜସେବୀ ଦମ୍ପତ୍ତି ।

ଏପରି ସମୟରେ ସାହାଯ୍ୟର ହାତ ବଢାଇବା ଏହି ଦମ୍ପତ୍ତି ପାଇଁ ଏବେ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ । ଏଥିସହ ଏହା ଅନେକଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details