ନୂଆପଡା: ସାରା ଦେଶ ଏବେ ଲକଡାଉନ । ଗାଁଠୁ ସହର ବଜାରରୁ ହାଟ, ସବୁଠି ଲକଡାଉନର ପ୍ରଭାବ । କିନ୍ତୁ ଏହି ଲକଡାଉନ ପାଇଁ ପ୍ରକୃତରେ ପ୍ରଭାବିତ ହେଉଛନ୍ତି ଚାଷୀମାନେ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ମୋହରାଗାଁଠାରେ । ଲକଡାଉନ ପ୍ରଭାବରେ ପ୍ରଭାବିତ ତରଭୁଜ ଚାଷୀ । ଦୋକାନ ବଜାର ବନ୍ଦ୍ ଥିବାରୁ ଜମିରେ ପଡି ସଢୁଛି ଏହି ତରୁଭଜ । ଯାହା ଫଳରେ ଲକ୍ଷ୍ୟାଧିକ ଟଙ୍କାର କ୍ଷତି ସହୁଛି ଚଷାପୁଅ ।
ମୋହରାଗାଁର ତରଭୁଜ ଚାଷୀ ହେମରାଜ ପଟେଲ, ନେହେରୁ ବାଗ ଓ ଜଳଧର ଗହୀର । ମହାଜନଠାରୁ ପ୍ରାୟ 9 ଏକର ଜମି ଲିଜରେ ନେଇ କରିଛନ୍ତି ତରଭୁଜ ଚାଷ । ବିହନ, ସାର ଓ କୀଟନାଶକ ବାବଦକୁ ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା । ଝାଳ ବୁହା ପରିଶ୍ରମ ଫଳରେ ଜମିରେ ମଧ୍ୟ ଫଳିଛି ବଡ଼ ବଡ଼ ତରଭୁଜ । ମାତ୍ର ଲକଡାଉନ କାରଣରୁ ଗୋଟିଏ ବି ତରଭୁଜ ବିକ୍ରି ହୋଇପାରୁ ନାହିଁ । ସେପଟେ କୌଣସି ଖୁଚୁରା ବ୍ୟବସାୟୀ କ୍ଷେତକୁ ଆସୁ ନାହାନ୍ତି । ଅପରପକ୍ଷେ ହାଟକୁ ଯିବା ପାଇଁ ମନ ବଳାଉଥିବା ବେଳେ, ପୋଲିସ ଲାଠିରେ ବେହାଲ ଏହି ଚାଷୀମାନେ ।