ନୂଆପଡା: ଖଡ଼ିଆଳ ବ୍ଲକ ଖାସବାହାଲ ଗ୍ରାମପଞ୍ଚାୟତରେ ଲକଡାଉନ ପ୍ରଭାବ ଦେଖାଦେଇଛି । ପଡୋଶୀ ଛତିଶଗଡ଼ ରାଜ୍ୟର 14 ଜଣ ଶ୍ରମିକ ଖାସବାହାଲ ଗ୍ରାମପଞ୍ଚାୟତରେ ଅଟକ ଅଛନ୍ତି । ସୂଚନା ମୁତାବକ ଇଟା ଗଢିବା ପାଇଁ ଛତିଶଗଡ଼ ରାଜ୍ୟରୁ 14 ଜଣ ଶ୍ରମିକ ନୂଆପଡା ଜିଲ୍ଲା ଖାସବାହାଲ ଅଞ୍ଚଳକୁ ଇଟାଭାଟି କାମ କରିବା ପାଇଁ ଆସିଥିଲେ । ଦେଶବ୍ୟାପୀ ଲକଡାଉନ ହେବାପରେ ଶ୍ରମିକ ମାନେ କୁଆଡେ ଯାଇନପାରି ଖାସବାହାଲ ଗ୍ରାମପଞ୍ଚାୟତରେ ଆଶ୍ରୟ ନେଇଛନ୍ତି ।
ଲକଡାଉନ ପ୍ରଭାବ, ନୂଆପଡାରେ ଫସିଛନ୍ତି 14 ଛତିଶଗଡ଼ ଶ୍ରମିକ - 14 workers were stranded in Nuapada
ପଡୋଶୀ ଛତିଶଗଡ଼ ରାଜ୍ୟର 14 ଜଣ ଶ୍ରମିକ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ଗ୍ରାମପଞ୍ଚାୟତରେ ଫସିରହିଛନ୍ତି । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ନୂଆପଡାରେ ଫସିଛନ୍ତି 14 ଛତିଶଗଡ଼ ଶ୍ରମିକ
ନୂଆପଡାରେ ଫସିଛନ୍ତି 14 ଛତିଶଗଡ଼ ଶ୍ରମିକ
ଖାସବାହାଲ ଗ୍ରାମପଞ୍ଚାୟତ ଯମୁନା ବାଗ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ଚରଣ ମେହେରଙ୍କ ନେତୃତ୍ବରେ ଦିନକୁ ଦୁଇବେଳା ରନ୍ଧା ଖାଦ୍ୟ ଯୋଗାଇ ଦେଉଥିବା ସରପଞ୍ଚ କହିଛନ୍ତି । ମହାମାରୀ କୋରୋନା ଭାଇରସ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ସହ ମାକ୍ସ, ସାନିଟାଇଜର, ବ୍ୟବହାର କରିବା ଏବଂ ବାରମ୍ବାର ହାତ ଧୋଇବା କହୁଛନ୍ତି । କୋରୋନା ମୁକାବିଲା ପାଇଁ ଖାସବାହାଲ ଗ୍ରାମପଞ୍ଚାୟତରେ ବେଶ ସତର୍କତା ଅବଲମ୍ବନ କରାଯାଇଥିବା ଜଣାପଡ଼ିଛି ।
ନୂଆପଡାରୁ ମୋତିଲାଲ ବାଗ , ଇଟିଭି ଭାରତ
Last Updated : Apr 3, 2020, 12:58 PM IST