ନୂଆପଡ଼ା: ଅସୁରକ୍ଷିତ ନୂଆପଡା ଜିଲ୍ଲାର ପ୍ରାକ ଐତିହାସିକ ଶିଳାଚିତ୍ର ଯୋଗୀମଠ ରିସିପିଟି ପର୍ଯ୍ୟଟନ କ୍ଷେତ୍ର । ବେଆଇନ ପଥର ବ୍ଲାଷ୍ଟିଙ୍ଗରେ ଧସୁଛି ପାହାଡ଼ । ପଥର ମାଡରେ କ୍ଷତ ବିକ୍ଷତ ହୋଇ ଉଡିଯାଉଛି ନାମ ଫଳକ । ଗୋଟିଏ ପଟେ ପଥର କ୍ବାରି ଓ ଅନ୍ୟପଟେ ୧୬ ନମ୍ବର ରାଜ୍ୟ ରାଜପଥ । ଧୁଳି ଧୂସର ଓ ପଥର ଗୁଣ୍ଡରେ ଅଣନିଶ୍ବାସୀ ହୋଇଯାଉଛନ୍ତି ସ୍ଥାନୀୟ ରିସିଗାଁ ବାସିନ୍ଦା । ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।
ଲୋକଙ୍କ ଜୀବନ ପ୍ରତି ସରକାରଙ୍କର ନିଘା ନାହିଁ !
ରାଜ୍ୟ ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ର ମାନଚିତ୍ରରେ ସ୍ଥାନପାଇଥିବା ଏହି ପ୍ରାକ ଐତିହାସିକ ଶିଳା ଚିତ୍ର ଯୋଗୀମଠ ରିସିପିଟି ପର୍ଯ୍ୟଟନ କ୍ଷେତ୍ର ଚାରିପାଖରେ ବେଆଇନ ପଥର ବ୍ଲାଷ୍ଟିଙ୍ଗ ହେଉଥିବା ଅଭିଯୋଗ ହୋଇଛି । ପଥର ବ୍ଲାଷ୍ଟିଙ୍ଗରେ ପର୍ଯ୍ୟଟକ ଏବଂ ସ୍ଥାନୀୟ ରିସିଗାଁ ଲୋକେ ବିପଦ ସମ୍ମୁଖୀନ ହେଉଥିବା ଅଭିଯୋଗ । ପଥର ବ୍ଲାଷ୍ଟିଙ୍ଗ ଭାଇବ୍ରେସନରେ ସ୍ଥାନୀୟ ଲୋକଙ୍କ ଘରର କାନ୍ଥ ଓ ଛାତ ଫାଟି ଆଁ କରିଛି । ପଥର ଖଣ୍ଡ ପବନରେ ଉଡ଼ିଆସି ଗାଁ ଭିତରେ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି । ସେହିଭଳି ପଥର ଗୁଣ୍ଡ ଧୂଳି ଓ ଧୂସରରେ ଗାଁରେ ଏକାଧିକ ଲୋକ ଶ୍ବାସ ଓ କିଡନି ଭଳି ମାରାତ୍ମକ ରୋଗରେ ପୀଡିତ ହୋଇ ଅକାଳରେ ଜୀବନ ହରାଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେହି ପଥର ଖଣିରୁ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ବ ମିଳୁଥିବାରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା କହିଛନ୍ତି ଗ୍ରାମବାସୀ ।
ବେଆଇନ ଭାବେ ଚାଲିଛି ପଥର କ୍ବାରି !