ନୂଆପଡ଼ା: ଜିଲ୍ଲାର ଖଡିଆଳ ବ୍ଲକ ଝିତ୍ରିଢୋଡା ଗ୍ରାମରେ ହୋମ ଆଇସୋଲେସନରେ ଥାଇ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ସମ୍ପର୍କୀୟମାନେ କାନ୍ଧ ଦେଇନଥିବା ସୂଚନା ମିଳିଛି । ମହିଳାଙ୍କୁ ମୃତ୍ୟୁ ବେଳକୁ 60 ବର୍ଷ ବୟସ ହୋଇଥିଲା ।
ସରପଞ୍ଚଙ୍କ ବୁଝାସୁଝା ପରେ ମୃତଦେହକୁ କାନ୍ଧ ଦେଲେ ସ୍ଥାନୀୟ ଲୋକେ - ମୃତଦେହକୁ କାନ୍ଧ ଦେଲେ ସ୍ଥାନୀୟ ଲୋକେ
ନୂଆପଡା ଝିତ୍ରିଢୋଡା ଗ୍ରାମରେ ସରପଞ୍ଚଙ୍କ ବୁଝାସୁଝା ପରେ ମୃତଦେହକୁ ସ୍ଥାନୀୟ ଲୋକମାନେ କାନ୍ଧ ଦେଇଥିବା ଜଣାପଡିଛି । ଅଧିକ ପଢନ୍ତୁ...
ଦୀର୍ଘ ସମୟ ଧରି ମହିଳାଙ୍କ ମୃତଦେହ ଘରେ ପଡିରହିଥିଲା । ତେବେ ଏ ସମ୍ପର୍କରେ ଭୋଜପୁର ସରପଞ୍ଚ ଯଶୋବନ୍ତି ଗହୀର ଖବର ପାଇବା ପରେ ସେ ମହିଳାଙ୍କୁ ଚିକିତ୍ସିତ କରୁଥିବା ଡାକ୍ତର ଆନନ୍ଦାଶଙ୍କର ଦାଶ ଓ ଖଡ଼ିଆଳ ବିଡ଼ିଓଙ୍କୁ ଯୋଗାଯୋଗ କରିଥିଲେ । ପରେ ସରପଞ୍ଚଙ୍କ ନେତୃତ୍ୱରେ ଡାକ୍ତର ଦାଶ ଝିତ୍ରିଢୋଡା ଗ୍ରାମକୁ ଯାଇ ଆତଙ୍କିତ ନ ହେବା ପାଇଁ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଗ୍ରାମର କିଛି ବ୍ୟକ୍ତି ପିପିଇ କିଟ ପିନ୍ଧି ମହିଳାଙ୍କୁ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ କାନ୍ଧେଇବାକୁ ରାଜି ହୋଇଥିଲେ । ସରପଞ୍ଚ ଏବଂ ଚିକିତ୍ସାଧିନ ଡାକ୍ତରଙ୍କ ଏଭଳି କାମକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ