ଓଡିଶା

odisha

ETV Bharat / state

ମଦମୁକ୍ତି ନେଇ ତାତିଲେ ମହିଳା - liquor protest

ନୂଆପଡା ଜିଲ୍ଲାର କୋମନା ବ୍ଲକ କାଣ୍ଡେତରା ଗାଁରେ ତେଜିଲା ମଦମୁକ୍ତି ଆନ୍ଦୋଳନ । ଗାଁର ମହିଳା ପ୍ରତିବାଦ ସଭା କରି ବେଆଇନ ମଦ ବନ୍ଦ କରିବାକୁ ମାଫିଆଙ୍କୁ ଚେତାବନୀ ଦେଇଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ନୂଆପଡା

By

Published : Jul 23, 2019, 11:39 PM IST

ନୂଆପଡା: କୋମନା ବ୍ଲକ କାଣ୍ଡେତରା ଗାଁରେ ତେଜିଲା ମଦମୁକ୍ତି ଆନ୍ଦୋଳନ । କାଣ୍ଡେତରା ଗାଁରେ ଦିନକୁ ଦିନ ବେଆଇନ ମଦ କାରବାର ବଢ଼ିବାରେ ଲାଗିଛି । ଯାହାଫଳରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି ।

ବେଆଇନ ମଦକୁ ରୋକିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଅଣ୍ଟା ଭିଡି ଘରୁ ପଦାକୁ ବାହାରିଛନ୍ତି । ଆଜି ଗାଁ ଦାଣ୍ଡରେ ଏକ ପ୍ରତିବାଦ ସଭା କରି ଗାଁରୁ ବେଆଇନ ମଦ ବନ୍ଦ କରିବାକୁ ମଦ ମାଫିଆଙ୍କୁ ଚେତାବନୀ ଦେଇଛନ୍ତି । ଏନେଇ ଏକ ଶୋଭାଯାତ୍ରାରେ ଶତାଧିକ ମହିଳା ମଦବିରୋଧୀ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ନୂଆପଡା

ଏହାପରେ ସ୍ଥାନୀୟ କାଣ୍ଡେତରା ମଦ ଭାଟି କୁଯାଇ ଭାଟି ମ୍ୟାନେଜରକୁ ତାଗିଦ କରିଛନ୍ତି । ଗାଁର ବେଆଇନ ଖୁଚୁରା ମଦ ଦୋକାନିକୁ ମଦ ନଦେବାକୁ ଚେତାବନୀ ଦେଇଛନ୍ତି । ନଚେତ ଆଗାମୀ ଦିନରେ ନୂଆପଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ୍ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details