ଓଡିଶା

odisha

ETV Bharat / state

ରକ୍ତମୁଖା କଲରାପତରିଆ ବାଘ, ଜଙ୍ଗଲକୁ ନଯିବା ପାଇଁ DFOଙ୍କ ପରାମର୍ଶ

ନୂଆପଡା ଜିଲ୍ଲାର କଲରାପତରିଆ ବାଘର ଆତଙ୍କ । କଲରାପତରିଆ ବାଘ ଆତଙ୍କରେ ଆତଙ୍କିତ ବିଭିନ୍ନ ବନାଞ୍ଚଳ ଅଧିନସ୍ତ ଗାଁ । 24 ଗୋଟି ଗାଈ ବାଛୁରୀ ଘୁଷୁରୀ କୁକୁର ଝାମ୍ପି ମାରିଛି ବାଘ। ଅଧିକ ପଢ଼ନ୍ତୁ

ରକ୍ତମୁଖା ହୋଇପଡିଛି କଲରାପତରିଆ ବାଘ
ରକ୍ତମୁଖା ହୋଇପଡିଛି କଲରାପତରିଆ ବାଘ

By

Published : Apr 7, 2023, 9:47 PM IST

ନୂଆପଡା ଜିଲ୍ଲାର କଲରାପତରିଆ ବାଘର ଆତଙ୍କ

ନୂଆପଡା: ରକ୍ତମୁଖା ହୋଇପଡିଛି କଲରାପତରିଆ ବାଘ । ନୂଆପଡା ଜିଲ୍ଲାରେ ଆତଙ୍କ ଖେଳାଇଛି କଲରାପତରିଆ ବାଘ । କଲରାପତରିଆ ବାଘ ପାଇଁ ବିଭିନ୍ନ ବନାଞ୍ଚଳ ଅଧିନସ୍ଥ ଗାଁଗୁଡିକରେ କୋକୁଆ ଭୟ ସୃଷ୍ଟି ହୋଇଛି । ମଣିଷ ମାରି ଖାଇବାପରେ ଗୃହ ପାଳିତ ପଶୁ ଗାଈ ବାଛୁରୀ ଘୁଷୁରୀ କୁକୁରକୁ କ୍ରମାଗତ ଭାବରେ ଝାମ୍ପି ମାରି ଖାଉଛି । ପୁଣି ଚୁଲାଭାଟ ଗାଁର ଗୋବର୍ଦ୍ଧନ ମାଝୀଙ୍କ ଗାଈକୁ ଝାମ୍ପି ଖାଇଛି କଲରାପତରିଆ ବାଘ । ଗୁରୁବାର ଗାଈ ନିକଟସ୍ଥ ଜଙ୍ଗଲକୁ ଚରିବା ପାଇଁ ଯାଇ ଆଉ ଫେରିନଥିଲା । ଶୁକ୍ରବାର ଗାଈର ମଢ ଠାବ କରାଯାଇଛି । ଏହାରି ଭିତରେ 24 ଗୋଟି ଗାଈ ବାଛୁରୀ ଘୁଷୁରୀ କୁକୁର ମାରି ଖାଇଥିବାବେଳେ, ଗୋଟିଏ ମଣିଷ ମଧ୍ୟ ଝାମ୍ପି ମାରିଖାଇଛି କଲରାପତରିଆ ବାଘ ।

ବନବିଭାଗ DFO କହିଛନ୍ତି ବାଘ ତାରି ଏରିଆ ଭିତରେ ଅଛି, ଜଙ୍ଗଲ ବୃଦ୍ଧି ପାଇଛି ତେଣୁ ବାଘ ଅଛି । ବିଭାଗୀୟ ଅଧିକାରୀ ସ୍କୁଆଡ଼ ଦଳ ପେଟ୍ରୋଲିଂ କରୁଛନ୍ତି ଲୋକ ଜଙ୍ଗଲକୁ ନଯିବାପାଇଁ ସଚେତନ କରାଯାଉଥିବା କହିଛନ୍ତି DFO । ଲୋକ ମଧ୍ୟ ସଚେତନ ହୁଅନ୍ତୁ ନିଜେ କିମ୍ବା ନିଜ ଗୃହ ପାଳିତ ଗାଈ ବାଛୁରୀକୁ ଜଙ୍ଗଲକୁ ଛାଡ଼ନ୍ତୁ ନାହିଁ ବୋଲି DFO କହି ଆସୁଛନ୍ତି ଅପରପକ୍ଷେ ଲୋକଙ୍କ ଧନଜୀବନ କ୍ଷତି ନେଇ ପରିବେଶ ବିତ କ୍ଷୋଭ ପ୍ରକାଶ କରିଛନ୍ତି । ବାଘ ସମ୍ମୁଖରେ ମଣିଷ କିମ୍ବା ଗାଈ ବାଛୁରୀ ଜୀବନ ତୁଚ୍ଛ ନୁହେଁ । ବାଘ କଅଣ ପାଇଁ ବାରମ୍ବାର ଆକ୍ରମଣ କରୁଛି ବନବିଭାଗ ବାଘକୁ ଧରି ପରୀକ୍ଷା କରିବା ସହିତ ପଦକ୍ଷେପ ନେବା ପାଇଁ ତାଗିତ କରିଛନ୍ତି ପରିବେଶବିତ ।

ପ୍ରକାଶଥାଉକି, ଗତ ୨୦୧୭ ମସିହାରେ ହଳଦୀ ଗାଁରେ ୪ବର୍ଷର ଛଗନ ପାଣ୍ଡେ ନାମକ ନାବାଳକ ଶିଶୁ ମାଆ କୋଳରେ ଶୋଇଥିବାବେଳେ, କଲରାପତରିଆ ବାଘ ଝାମ୍ପି ଖାଇଯାଇଥିଲା । ସେହି ଭୟ ଲୋକଙ୍କଠାରୁ ଯାଇନଥିବାବେଳେ ଏବେ କ୍ରମାଗତ ଭାବରେ ବାଘ ଆତଙ୍କ ଖେଳାଇ ଚାଲିଛି । ଗତ ଏକମାସ ହେବ ସିନାପାଲି ବନାଞ୍ଚଳ ଅଧିନସ୍ଥ ହୀରାପୁର ଗାଁରେ ଜଣକୁ ଆକ୍ରମଣ କରିଥିଲା ବାଘ । ଗାଁର ସେନାପତି ମାଝୀ ନାମକ ଯୁବକକୁ ଆକ୍ରମଣ କରିଥିବା ବେଳେ ଅଲ୍ପକେ ବର୍ତ୍ତି ଯାଇଥିଲେ ଯୁବକ ସେନାପତି ମାଝୀ । ଏହାପରେ ନୂଆପଡା ବନାଞ୍ଚଳ ଅଧିନସ୍ଥ ଲୋଡ୍ରା ଗାଁରେ ଆତଙ୍କ ରଚିଥିଲା ବାଘ । ଏବେ ପୁଣି ୧୯ତାରିଖ ରବିବାର ରାତ୍ରିରେ ଜଳମଡେଇ ଗାଁରେ ସାନମତି ବାରିକ ନାମକ ବୃଦ୍ଧାଙ୍କୁ ଘର ବାଡ଼ିରୁ ବାଘ ଝାମ୍ପି ମାରି ଦେଇଥିଲା ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details