ଓଡିଶା

odisha

ETV Bharat / state

ଶେଷରେ ନୂଆପଡାରୁ ଧରାପଡିଲା ମଣିଷଖିଆ କଲରାପତରିଆ ବାଘ - ଧରାପଡିଲା କଲରାପତରିଆ ବାଘ

ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ ଧରାପଡିଛି । ଆଜି ଗୋଟିଏ ମହୁଲ ଗଛ ତଳେ ବାଘ ବସିଥିବାବେଳେ ତାକୁ କାବୁ କରିଛି ବନ ବିଭାଗ । ଅଧିକ ପଢନ୍ତୁ

ଧରାପଡିଲା କଲରାପତରିଆ ବାଘ
ଧରାପଡିଲା କଲରାପତରିଆ ବାଘ

By

Published : Apr 16, 2023, 12:36 PM IST

ଧରାପଡିଲା କଲରାପତରିଆ ବାଘ

ନୂଆପଡା: ଧରାପଡିଛି ନୂଆପଡାରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘ । ନୂଆପଡା ଜିଲ୍ଲା ଧରମବନ୍ଧା ସେକ୍ସନ ସିଲିଆରିବାହାରା ଗାଁରେ ବନ ବିଭାଗ କଲରାପତରିଆ ବାଘକୁ ଧରିଛି । ଆଜି (ରବିବାର) ସିଲେରିବାହାରା ଗାଁ ନିକଟସ୍ଥ ଜଙ୍ଗଲରେ ବାଘକୁ ଦେଖିବାକୁ ମିଳିଥିଲା । ଜଙ୍ଗଲରେ ଥିବା ଗୋଟିଏ ମହୁଲ ଗଛ ତଳେ ଦୀର୍ଘ ସମୟ ଧରି ସେ ବସି ରହିଥିଲା । ଖବର ପାଇ ନୂଆପଡା ବନ ବିଭାଗ ସେଠାରେ ପହଞ୍ଚି ବାଘକୁ କାବୁ କରିଛି । କିଛି ଦିନ ହେବ ଏହି ବାଘ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ।

ଦୀର୍ଘ ଦିନ ଧରି ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି କଲରାପତରିଆ ବାଘ ଆତଙ୍କ ରଚିଥିଲା । ଗୃହ ପାଳିତ ପଶୁ ଗାଈ, ବାଛୁରୀ ବଳଦ, ଘୁଷୁରୀ ଏପରିକି ମଣିଷକୁ ଝାମ୍ପି ନେଇ ଖାଇଥିଲା ବାଘ । ଆଜି(ରବିବାର) ବାଘଟି ଗାଁ ସିଲିଆରିବାହାରା ନିକଟସ୍ଥ ଜଙ୍ଗଲର ଗଛ ତଳେ ଦୀର୍ଘ ସମୟ ଯାଏଁ ବସି ରହିଥିବା ଦେଖିବାକୁ ମିଳିଥିଲା । ତେବେ ବାଘର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବା ସନ୍ଦେହ କରାଯାଉଛି । କାରଣ ବାଘ ଅନ୍ୟତ୍ର ଯାଇ ନପାରି ଗୋଟିଏ ସ୍ଥାନରେ ବସି ରହିଥିଲା । ତାକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଜମିଥିଲା । ଖବର ପାଇ ACF ମୁସ୍ତାଫା ମହମ୍ମଦ, DFO ଶୁଶୀଲ କୁମାର ତ୍ରିପାଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି ଥିଲେ । ଶେଷରେ ମଣିଷ ଖିଆ ବାଘକୁ କାବୁ କରିଛି ନୂଆପଡା ବନ ବିଭାଗ ।

ଏହାମଧ୍ୟ ପଢନ୍ତୁ: ଜଳକଷ୍ଟରେ ଛଟପଟ ମାଲକାନଗିରି, ମେଗା ପାଇପ ୱାଟର ପ୍ରୋଜେକ୍ଟ ଅପେକ୍ଷାରେ ଜିଲ୍ଲାବାସୀ

କଲରାପତରିଆ ବାଘ କେଉଁ କାରଣରୁ ଅସୁସ୍ଥ ହେଲା ବନ କର୍ମଚାରୀମାନେ ପାରିପାର୍ଶ୍ବିକ ଅବସ୍ଥାକୁ ନେଇ ତଦନ୍ତ ଜାରି ରଖିଛନ୍ତି । ଦୀର୍ଘ ଦିନ ଧରି ଆତଙ୍କ ରଚି ଆସିଥିବା ବାଘ ଆଜି ଧରାପଡିବା ପରେ ସ୍ଥାନୀୟ ଲୋକେ ଆଶ୍ବସ୍ତ ହୋଇଛନ୍ତି । ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଝାଞ୍ଜି ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ଏଥିପାଇଁ ବାଘର ସ୍ବାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥିବା ସନ୍ଦେହ କରାଯାଉଛି । ଖାଦ୍ୟ ପାଣି ଅଭାବ ଓ ପ୍ରବଳ ଗରମ ତାର ସ୍ବାସ୍ଥ୍ୟ ଖରାପ ହେବାର ମୁଖ୍ୟ କାରଣ ହୋଇପାରେ ବୋଲି ପରିବେଶବିତ୍ ମତ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବଲିଉଡରେ ଓଡ଼ିଆ ସରପଞ୍ଚଙ୍କ କାହାଣୀ; ସର୍ବପ୍ରଥମେ ଦେଇଥିଲେ ବେଟି ବଚାଓ ବେଟି ପଢାଓ ନାରା

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details