ଓଡିଶା

odisha

ETV Bharat / state

ଖଡି଼ଆଳରେ ଲିଗାଲ ଆଡ଼ଭାଇଜରି ଆୱାରନେସ ପ୍ରୋଗ୍ରାମ ଅନୁଷ୍ଠିତ - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମପଞ୍ଚାୟତ ରାଜୀବ ଭବନ ପ୍ରକୋଷ୍ଠରେ ଆୟୋଜିତ ହୋଇଯାଇଛି ଲିଗାଲ ଏଡ଼ଭାଇଜର ଆୱାରନେସ ପ୍ରୋଗ୍ରାମ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଗରିବ ଅହସହାୟ ଲୋକଙ୍କୁ ଆଇନର ପ୍ରତ୍ୟେକ ଦିଗ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଇବା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

By

Published : Aug 19, 2019, 2:36 AM IST

ନୂଆପଡା: ଖଡ଼ିଆଳ ବ୍ଲକ ନେହେନା ଗ୍ରାମପଞ୍ଚାୟତ ରାଜୀବ ଭବନ ପ୍ରକୋଷ୍ଠରେ ରବିବାର ଲିଗାଲ ଆଡ଼ଭାଇଜରି ଆୱାରନେସ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଆଇନର ପ୍ରତ୍ୟେକ ଦିଗ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ତେବେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଖଡ଼ିଆଳ କୋର୍ଟ ସବ ଜଜ୍ ପ୍ରଦୀପ କୁମାର ପ୍ରଧାନ ଯୋଗଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ଏହି ଅବସରରେ ନୂଆପଡ଼ା ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଉଦ୍ୟାନ ଅଧିକାରୀ, ବ୍ଲକ ମନରେଗା ଯୋଜନା ଅଧିକାରୀ ଏବଂ ବିଭିନ୍ନ ବିଭାଗ ଦାୟିତ୍ବରେ ଥିବା କର୍ମଚାରୀ, ଖଡ଼ିଆଳ ଓକିଲ ସଂଘ କର୍ମକର୍ତ୍ତା ଯୋଗଦେଇ ଥିଲେ । ଆୟୋଜିତ ସଚେତନତା ସଭାରେ ସରକାରଙ୍କ ବିଭିନ୍ନ ଯୋଜନାର ଉପକାରୀତା ଓ ଲାଭ ଉଠାଇବା ସମ୍ପର୍କରେ ଅଧିକାରୀମାନେ ବୁଝାଇଥିଲେ ।

ସେହିଭଳି ଗରିବ ଅସହାୟ ଲୋକଙ୍କୁ ସହାୟକ ହେବାସହ ସେମାନଙ୍କୁ ଆଇନଗତ ସହାୟତା ଯୋଗାଇ ଦେବାପାଇଁ ତାଲୁକ ସ୍ତରୀୟ ଆଇନସେବା ପ୍ରାଧିକରଣ ରହିଛି ବୋଲି ମୁଖ୍ୟ ଅତିଥି ଖଡ଼ିଆଳ କୋର୍ଟ ସବ ଜଜ ସୂଚନା ଦେଇଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details