ଓଡିଶା

odisha

ETV Bharat / state

ସଙ୍ଗରୋଧ କେନ୍ଦ୍ର ବାହାରେ ମହିଳା ପ୍ରବାସୀ ଶ୍ରମିକଙ୍କ ଆତ୍ମହତ୍ୟା - ସଙ୍ଗରୋଧ କେନ୍ଦ୍ର ବାହାରେ ଆତ୍ମହତ୍ୟା

ନୂଆପଡ଼ା ମାଣ୍ଡୋସିଲ ଗ୍ରାମପଞ୍ଚାୟତ ସ୍ଥିତ ମାଲପଡା ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ଟିଏମସି ସେଣ୍ଟର ବାହାରେ ଆତ୍ମହତ୍ୟା କଲେ ପ୍ରବାସୀ ମହିଳା ଶ୍ରମିକ । ହତ୍ୟାର କାରଣ ଅସ୍ପଷ୍ଟ, ତଦନ୍ତ ଜାରି । ଅଧିକ ପଢ଼ନ୍ତୁ...

lady migrant labour commits suicide, suicide outside TMC center nuapada, ମହିଳା ପ୍ରବାସୀ ଶ୍ରମିକଙ୍କ ଆତ୍ମହତ୍ୟା, ସଙ୍ଗରୋଧ କେନ୍ଦ୍ର ବାହାରେ ଆତ୍ମହତ୍ୟା, ଖଡ଼ିଆଳ ବ୍ଳକ ମାଣ୍ଡୋସିଲ ଗ୍ରାମପଞ୍ଚାୟତ
ସଙ୍ଗରୋଧ କେନ୍ଦ୍ର ବାହାରେ ମହିଳା ପ୍ରବାସୀ ଶ୍ରମିକଙ୍କ ଆତ୍ମହତ୍ୟା

By

Published : Jun 17, 2020, 10:24 PM IST

ନୂଆପଡା: ଜିଲ୍ଲା ଖଡ଼ିଆଳ ବ୍ଳକ ମାଣ୍ଡୋସିଲ ଗ୍ରାମପଞ୍ଚାୟତ ସ୍ଥିତ ମାଲପଡା ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ଟିଏମସି ସେଣ୍ଟରରେ ଅଘଟଣ । ମଙ୍ଗଳବାର ମଧ୍ୟ ରାତ୍ରିରେ ସମସ୍ତ ପ୍ରବାସୀ ଓଡ଼ିଆ ଦାଦନ ଶ୍ରମିକ ଶୋଇଥିବା ବେଳେ ଜଣେ ମହିଳା ଦାଦନ ଶ୍ରମିକ ବେକରେ କପଡା ବାନ୍ଧି ନିକଟସ୍ଥ ଲିମ୍ବ ଗଛରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ମହିଳାଙ୍କ ନାମ ସୁବର୍ଣ୍ଣି ମାଝୀ ଓ ଗାଁ ଖଡ଼ିଆଳ ବ୍ଲକ ଦାବରୀ ବୋଲି ଜଣାପଡିଛି ।

ସଙ୍ଗରୋଧ କେନ୍ଦ୍ର ବାହାରେ ମହିଳା ପ୍ରବାସୀ ଶ୍ରମିକଙ୍କ ଆତ୍ମହତ୍ୟା

ଘଟଣାର ଖବର ପାଇ ଖଡ଼ିଆଳ ପୋଲିସ, ଦମକଳ ବାହିନୀ, ଖଡ଼ିଆଳ ବିଡ଼ିଓ, ସ୍ବାସ୍ଥ୍ୟ ବିଭାଗ ତଥା ରେଭ୍ୟୁନୁ ଅତିରିକ୍ତ ଜିଲ୍ଲାପାଳ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସୂଚନା ଅନୁସାରେ ମୃତ ଦାଦନ ଶ୍ରମିକ ସୁବର୍ଣ୍ଣି ମାଝୀ ନିଜ ସ୍ବାମୀ କାହ୍ନୁ ମାଝୀଙ୍କ ସହ ଆନ୍ଧ୍ରପ୍ରଦେଶ ତେଲାଙ୍ଗାନାରୁ ଫେରି ଚଳିତ ମାସ 4 ତାରିଖ ଠାରୁ ମାଣ୍ଡୋସିଲ ମାଲପଡା ଟିଏମସିରେ ରହିଥିଲେ । ବୁଧବାର ତାଙ୍କର ଟିଏମସି ଅବଧି ଶେଷ ହୋଇ ରିଲିଫ ହୋଇ ନିଜଗାଁ ଦାବରୀକୁ ଫେରି ଯିବାର ଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ସକାଳେ ଦେଖିବା ବେଳକୁ ସୁବର୍ଣ୍ଣିଙ୍କ ମୃତ ଦେହ ଗୋଟିଏ ଲିମ୍ବ ଗଛରେ ଝୁଲୁଥିବା ଦେଖାଦେଇଛି ।

କଡା ସୁରକ୍ଷା ବଳୟରେ ଟିଏମସି ସେଣ୍ଟରେ ଆଶ୍ରୟ ନେଇଥିବା ମହିଳା ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡ଼ିନାହିଁ । ସଙ୍ଗରୋଧ କେନ୍ଦ୍ରରୁ ବାହାରକୁ ଯାଇ ଜଣେ ମହିଳା ଆତ୍ମହତ୍ୟା କରୁଥିବା ବେଳେ ଟିଏମସି ଦାୟିତ୍ବରେ ଥିବା କର୍ମଚାରୀ, ଚୌକିଦାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଜରୁରୀ ହୋଇପଡିଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details