ଓଡିଶା

odisha

ETV Bharat / state

ସାଇକେଲରେ ଫେରିଲେ ଶ୍ରମିକ, ଦରଦ ଦେଖାଇଲାନି ଛତିଶଗଡ ସରକାର

ଛତିଶଗଡ ସରକାର କି କମ୍ପାନୀ ଦେଖାଇଲେନି ଦରଦ । ପାଖରେ ଟଙ୍କା ନଥିବାରୁ ସାଇକେଲରେ ଗାଁକୁ ଫେରିଲେ 12 ଶ୍ରମିକ । ଅଧିକ ପଢନ୍ତୁ....

labourers returned to their village by cycle due to lockdown
ଦରଦ ଦେଖାଇଲେନି ଛତିଶଗଡ ସରକାର କି କମ୍ପାନୀ

By

Published : Apr 11, 2020, 5:13 PM IST

ନୂଆପଡା : ଲକ ଡାଉନ ଯୋଗୁଁ ସାଇକେଲରେ ନିଜ ଗାଁକୁ ଫେରିଲେ 12 ଶ୍ରମିକ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକର 12 ଜଣ ଶ୍ରମିକ ଛତିଶଗଡ଼ର ରାୟପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ ଲକ ଡାଉନ ପରେ କମ୍ପାନୀ ବନ୍ଦ ହୋଇ ଯାଇଥିଲା । ଏପରିକ ଲକ ଡାଉନ ଯୋଗୁଁ ଦେଶରେ ଗାଡି ଚଳାଚଳ ଠପ ହୋଇ ଯାଇଥିଲା ।

ଦରଦ ଦେଖାଇଲେନି ଛତିଶଗଡ ସରକାର କି କମ୍ପାନୀ

ସେଠାରେ ରହିଥିବା ଶ୍ରମିକମାନଙ୍କୁ କମ୍ପାନୀ ପକ୍ଷରୁ କି ଛତିଶଗଡ ସରକାରଙ୍କ ପକ୍ଷରୁ ଖାଇବା ଓ ରହିବା ପାଇଁ କୈଣସି ବ୍ୟବସ୍ଥା କରାଯାଇ ନ ଥିଲା। ପାଖରେ ଟଙ୍କା ନ ଥିବାରୁ ଉପାସରେ ଦିନ କାଟୁଥିଲେ ବୋଲି କହିଛନ୍ତି ଶ୍ରମିକ । ଫଳରେ ବାଧ୍ୟ ହୋଉ ଲକ ଡାଉନ କଟକଣାକୁ ବେଖାତିର କରି 12 ଶ୍ରମିକ ସାଇକେଲ ଯୋଗେ ରାୟପୁରରୁ ବାହାରି ନିଜ ଗାଁକୁ ଫେରି ଥିଲେ । ସ୍ଥାନୀୟ ପ୍ରଶାସନ ଫେରନ୍ତା ଶ୍ରମିକଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details