ଓଡିଶା

odisha

ETV Bharat / state

48 ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ - Konabira Panchayat was shut down for 48 hours

କୋନାବିରା ପଞ୍ଚାୟତକୁ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ । କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ମହିଳା କୋରୋନା ପଜେଟିଭ । ଆତଙ୍କିତ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

Konabira Panchayat was shut down for 48 hours
48 ଘଣ୍ଟା ପାଇଁ ସଟଡାଉନ ହେଲା କୋନାବିରା ପଞ୍ଚାୟତ

By

Published : Jun 1, 2020, 11:42 AM IST

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଳକ କୋନାବିରା ପଞ୍ଚାୟତ ସରପଞ୍ଚ ଦେଖାଇଲେ ଜିଲ୍ଲାପାଳ କ୍ଷମତା । କୋନାବିରା ଗ୍ରାମପଞ୍ଚାୟତକୁ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ଫଳରେ ପଞ୍ଚାୟତରେ ଦୋକାନ ବଜାର ଓ ଗାଡି ମୋଟର ଚଳାଚଳ ବନ୍ଦ ରହିଛି । କୋନାବିରା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ମହିଳା ସଙ୍ଗରୋଧରେ ରହୁଥିଲେ । ହେଲେ ପରେ ସେ କୋରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଫଳରେ ସରପଞ୍ଚ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ।

48 ଘଣ୍ଟା ପାଇଁ ସଟଡାଉନ ହେଲା କୋନାବିରା ପଞ୍ଚାୟତ

ସଟଡାଉନ ନିୟମକୁ ଯେକେହି ଉଲ୍ଲଂଘନ କଲେ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ସରପଞ୍ଚ ଈଶ୍ବର ଚନ୍ଦ୍ର ନାଏକ । ପଞ୍ଚାୟତ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ସରପଞ୍ଚ କହିଛନ୍ତି । ଦେଶବ୍ୟାପୀ କୋଭିଡ19 କାୟବିସ୍ଥାର କରି ଚାଲିଥିବାବେଳେ,ଜିଲ୍ଲାରେ ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଯାଏଁ 30 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details