ଓଡିଶା

odisha

ETV Bharat / state

ନୂଆଖାଇଲେ ନୂଆପଡାର ସାହୁ ପରିବାର; ଏକାଠି ହେଲେ 5ଶହ ସଦସ୍ୟ - ନୂଆଖାଇ

ଏକାଠି ନୂଆଖାଇଲେ ନୂଆପଡାର ଗୋଟିଏ ପରିବାର ପାଞ୍ଚଶହ ସଦସ୍ୟ । ପରିବାରରେ ଖୁସିର ମାହୋଲ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : Sep 8, 2019, 7:19 PM IST

ନୂଆପଡା: ଗତ 3 ତାରିଖରେ ଶେଷ ହୋଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏହି ପର୍ବକୁ ପଶ୍ଚିମ ଓଡିଶା ବାସୀ ବେଶ ଧୂମଧାମରେ ପାଳନ କରିଛନ୍ତି । ତେବେ ଉକ୍ତଦିନ ନୂଆଖାଇ ପାଳନରୁ ବଞ୍ଚିତ ହୋଇଥିଲେ ନୂଆପଡା ଖଡିଆଳର ସାହୁ ପରିବାର । କାରଣ ପରିବାରର ଜଣଙ୍କ ବିୟୋଗ ଘଟିବାରୁ ନୂଆଖାଇ ଦିନ ଏହି ପରିବାର ନୂଆ ଖାଇନଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ତେଣୁ ଆଜି ଖଡିଆଳର ଏହି ସାହୁ ପରିବାର ନୂଆ ଖାଇଛନ୍ତି । ନୂଆଖାଇ ଏକ କୃଷି ଭିତ୍ତିକ ଗଣପର୍ବ ହୋଇଥିବାରୁ ଏହି ପରିବାର ବା ସାହୁ ବଂଶର ପ୍ରାୟ 5ଶହ ଲୋକ ଏକାଠି ନୂଆଖାଇ ଥାନ୍ତି । ଯାହାକି ଜିଲ୍ଲାରେ ଅନନ୍ୟ । ସେଥିପାଇଁତ ଖଡିଆଳ ସାହୁ ପରିବାରର ନୂଆଖାଇ ଦେଖିବାକୁ ଅନ୍ୟ ସଂପ୍ରଦାୟର ଲୋକେ ଆସିଥାନ୍ତି । ତେବେ ବିଳମ୍ବରେ ହେଲେ ମଧ୍ୟ ଆଜି ସାହୁ ପରିବାର ନୂଆଖାଇ ଥିବାରୁ ବହୁ ଲୋକ ଏକାଠି ହୋଇଥିଲେ ।

ନୂଆଖାଇ ପାଇଁ ଆଜି ପରିବାରରେ ସକାଳୁ ସକାଳୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ସମସ୍ତ ମହିଳା ମାନେ ବିଭିନ୍ନ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରିବା ସହ ଇଷ୍ଟଦେବୀଙ୍କ ପୂଜାପାଇଁ ବ୍ୟବସ୍ଥା କରିଥିଲେ । ପରେ ସମସ୍ତ 5ଶହ ସଦସ୍ୟ ଏକାଠି ନୂଆଖାଇ ଜୁହାର ଭେଟ ହୋଇଥିଲେ । ହେଲେ ଆଜିର ଦୁନିଆରେ ଯୌଥ ପରିବାର ପ୍ରାୟତଃ ଆଉ ନଥିବା ବେଳେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆଖାଇବା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ।


ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details